www.samajalive.in
Saturday, December 13, 2025
26.1 C
Bhubaneswar

ଏୟାରଟେଲ ପକ୍ଷରୁ ନୂଆ ଗ୍ରାହକ ସେବା ଆରମ୍ଭ

ନୂଆଦିଲ୍ଲୀ : ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆସେବା ଆରମ୍ଭ କରିଛି। ଏବେ ଏୟାରଟେଲର ଗ୍ରାହକ ଗୁଗୁୂଲ ଆସିଷ୍ଟାଣ୍ଟର ସାହାର୍ଯ୍ୟରେ କଷ୍ଟମର କୟୋର ସହିତ କଥା ହୋଇପାରିବେ। ମାତ୍ର ଏବେ ଏହି ସେବା କେବଳ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି। ଖୁବଶୀଘ୍ର ଏହାକୁ ଅନ୍ୟଭାଷାରେ ମଧ୍ୟ ଉପଲବ୍ଧ କରାଯିବ। ଯାହାର ସୁବିଧା ଦେଶର କୋଟି କୋଟି ଗ୍ରାହକ ଉଠାଇପାରିବେ। ଏୟାରଟେଲର ଏହି ଅଫର ଆଣ୍ଡ୍ରଏଡ ଏବଂ ଆଇଓଏସ ପାଇଁ ରହିଛି।

ଗୁଗୁଲ ଆସିଷ୍ଟାଣ୍ଟ ସାହାର୍ଯ୍ୟରେ ଏହିପରି ଭାବରେ କାମକରିବ ଏୟାରଟେଲର କଷ୍ଟମର କେୟାର ସର୍ଭିସ-
ଏବେ ଗୁଗୁଲ ଆସିଷ୍ଟାଣ୍ଟକୁ ପ୍ରଶ୍ନ ପଚାରିବା ଦ୍ୱାରା ଏୟାରଟେଲ ସେହି ପ୍ରଶ୍ନକୁ ଟ୍ୟାଗ କରିବ ଏବଂ ପରେ ଗୁଗୁଲ ଆସିଷ୍ଟାଣ୍ଟ ସାହାର୍ଯ୍ୟରେ ସେହି ପ୍ରଶ୍ନର ଉତ୍ତର ଦେବ। ଏହି ସେବା ମାଧ୍ୟମରେ ଗ୍ରାହକ ଗୁଗୁଲ ଆସିଷ୍ଟାଣ୍ଟ ସାହାଯ୍ୟରେ ବାଲାନ୍ସ, ଡାଟା ବାଲାନ୍ସ, ବେଷ୍ଟ ଅଫର, ବିଲ ଏବଂ ଉପସ୍ତିତ ପ୍ଲାନ ଭଳି ସେବା ବିଷୟରେ ସୂଚନା ପାଇପାରିବେ। ଏୟାରଟେଲ ଏହାକୁ ଡିଜିଟାଲ ଇଣ୍ଡିଆର ଏକ ଅଂଶ ବୋଲି କହିଛି।
ଏହି ସେବାର ଲାଭ ଉଭୟ ପୋଷ୍ଟପେଡ ଏବଂ ପ୍ରି-ପେଡ ଗ୍ରାହକ ଉଠାଇପାରିବେ। ଏହିସେବାର ଲାଭ ଉଠାଇବାପାଇଁ ସର୍ବପ୍ରଥମେ ଫୋନର ହୋମ ବଟମକୁ କିଛି ସମୟ ଦବାଇ ରଖିବେ କିମ୍ବା ଓକେ ଗୁଗୁଲ କହି ଗୁଗୁଲ ଆସିଷ୍ଟାଣ୍ଟକୁ ଆକ୍ଟିଭ କରବାକୁ ପଡିବ। ଏବଂ ଏହାପରେ ଟକ ଟୁ ଏୟାରଟେଲ, ଆକ୍ସ ଏୟାରଟେଲ କିମ୍ବା ଗେଟ ଏୟାରଟେଲ କହିବାକୁ ପଡିବ। ଗୁଗୁଲ ଆସିଷ୍ଟାଣ୍ଟକୁ ପ୍ରଶ୍ନ ପଚାରିବା ଦ୍ୱାରା ଏୟାରଟେଲ ଆସିଷ୍ଟାଣ୍ଟ ଆପଣଙ୍କର ଏୟାରଟେଲ ଆକାଉଣ୍ଟକୁ ଗୁଗୁଲ ସହ ଲିଙ୍କ କରିବ। ଏହାପରେ ଆପଣଙ୍କୁ ହଁ କିମ୍ବା ନାଁରେ ଉତ୍ତର ଦେବାକୁ ପଡିବ। ଏହାପରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର କହିବାକୁ ପଡିବ ଏବଂ ପରେ ନିୟମ ଏବଂ ସର୍ତ୍ତପାଇଁ ଆପଣଙ୍କ ସହମତି ଦେବାକୁ ପଡିବ। ଏହାପରେ ଆପଣଙ୍କ ମେବାଇଲ ନମ୍ବରରେ ଏକ ଓଟିପି ଆସିବ ଏବଂ ଆପଣଙ୍କ ଆକାଉଣ୍ଟ ଆକ୍ଟିଭ ହୋଇଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories