www.samajalive.in
Sunday, December 14, 2025
26.1 C
Bhubaneswar

ମଦ ବିକ୍ରିକୁ ବିରୋଧ -ଥାନାର ଦ୍ୱାରସ୍ଥ ହେଲେ ମହିଳା

ପାଟଣା – କେନ୍ଦୁଝର ଜିଲା ତୁରୁମୁଙ୍ଗା ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ଵୃଦ୍ଧି ପାଉଛି। ଏହାକୁ ବିରୋଧ କରି ତୁରୁମୁଙ୍ଗା ପଞ୍ଚାୟତ ର ସରପଞ୍ଚ ସୁଲେଖା ନାଏକ ଙ୍କ ନେତୃତ୍ୱରେ ତ୍ରିବିନ୍ଦା ଗ୍ରାମର ମହିଳା ମାନେ ଦେଶୀ ମହୁଲି ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ଉ କରି ମଦ ଜବତ କରିବା ସହ ତୁରୁମୁଙ୍ଗା ଥାନାକୁ ଯାଇ ତୁରୁମୁଙ୍ଗା ଅଞ୍ଚ ରେ ମଦକୁ ସମ୍ପୁର୍ଣ୍ଣ ବନ୍ଦ କରିବା କୁ ଦାବି କରିଛନ୍ତି ।

ଏହି ମଦ ବିରୋଧୀ କାର୍ଯ୍ୟକ୍ରମ ରେ ତ୍ରିବିନ୍ଧା ଗ୍ରାମର ମେନକା ନାଏକ,ବାସନ୍ତି ନାଏକ, ଶାନ୍ତିଲତା ନାଏକ ,ସରୋଜିନି ନାଏକ ,ଅହଲ୍ୟା ନାଏକ , ପୁକ ନାଏକ, ପାର୍ବତୀ ନାଏକ ,ପାର୍ବତୀ ନାଏକ , ନାଏକ ସାର ନାଏକ ଓ କୁସୁମ ଲତା ନାଏକ ସାମିଲ ହୋଇଥିଲେ । ମଦ ବିକ୍ରି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ତୁରୁମୁଙ୍ଗା ଥାନା ଏସଆଇ ହରିଶଙ୍କର ନାଏକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories