www.samajalive.in
Friday, December 5, 2025
20.1 C
Bhubaneswar

କଂଗ୍ରେସ ନେତାଙ୍କ ଅଭିନବ ପ୍ରଚାର- “ଦଳ ପଛେ ରସାତଳକୁ ଯାଉ ଭୋଟ କିନ୍ତୁୁ ମତେ ଦିଅନ୍ତୁ’

ଇନ୍ଦୋର: ଅଧିକାଂଶ ସମୟରେ ବିବାଦରେ ଘେରି ରହିଥିବା ଇନ୍ଦୋର ରାଉ ନିର୍ବାଚନ କ୍ଷେତ୍ରର କଂଗ୍ରେସ ବିଧାୟକ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜୀତୁ ପଟବାରୀ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଚାରିତ ଜିତୁଙ୍କ ଏହି ଭିଡିଓ ତାଙ୍କୁ ଆଗାମୀ ଦିନରେ ପୁଣି ଥରେ ବିବାଦ ମଧ୍ୟକୁ ଟାଣି ଆଣିବାର ସମ୍ଭାବନା ଦେଖା ଦେଇଛି। ଲୋକଙ୍କ ଘରଘର ବୁଲି ନିଜ ପାଇଁ ପ୍ରଚାର କରୁଥିବା ଜିତୁ ପଟବାରୀ ଓ ଭୋଟରଙ୍କ ମଧ୍ୟରେ ହେଉଥିବା କଥୋପଥନ ତାଙ୍କ ପାଇଁ ନୂଆ ବିବାଦ ସୃଷ୍ଟି କରିଛି। ଏହି ଭିଡିଓକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଆସନ୍ନ ନିର୍ବାଚନ ପାଇଁ ପ୍ରଚାର କରୁଥିବା ଜିତୁ ପଟବାରୀ ତାଙ୍କ ସମ୍ମାନ ବଜାୟ ରଖିବାକୁ ତାଙ୍କୁ ସମର୍ଥନ ଭିକ୍ଷା କରିବା ସହ ଦଳ ପଛେ ରସାତଳକୁ ଯାଉ ସମର୍ଥନ ବଜାୟ ରଖିବାକୁ ଅନୁରୋଧ କରୁଛନ୍ତି। ଏହି ଭିଡ଼ିଓ ଆଗାମୀ ଦିନରେ ଜିତୁଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଯେଉଁ ଦଳର ସମ୍ମାନିତ ପଦରେ ଅଧିଷ୍ଠିତ ହୋଇ ଜିତୁ ଦଳକୁ ଏଭଳି ସମାଲୋଚନା ଆଗାମୀ ଦିନରେ ମଧ୍ୟପ୍ରଦେଶ ରାଜନୀତିକୁ ଚଳଚଞ୍ଚଳ କରିବାର ସମ୍ଭାବନା ଏଡ଼ାଇ ଦିଆଯାଇ ନପାରେ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories