Patra electronics

ଭସାଣ ଅଘଟଣ: ଜଣେ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: ଭସାଣବେଳେ ବିଦ୍ୟୁତ ତାର ଲାଗି ଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲା କଣକଷୋଟି ଗାଁରେ ଭସାଣ ବେଳେ ଘଟିଛି ଏଭଳି ଅଘଟଣ। ମାର୍ଶାଘାଇ ବଜାର କମିଟିର ଗଜଲକ୍ଷ୍ମୀ ଭସାଣବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଡିଜେ ତାର ଲାଗିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ମାର୍ଶାଘାଇ ଓ ପରେ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି।

Comments are closed.