www.samajalive.in
Thursday, December 11, 2025
16.1 C
Bhubaneswar

ନିଜିଗଡ଼ କାଳୀପୂଜା ପାଇଁ ଶାନ୍ତି କମିଟି ଓ ପ୍ରଶାସନ ବୈଠକ

ତିଗିରିଆ: ତିଗିରିଆ ନିଜିଗଡ଼଼ ପଞ୍ଚାୟତର ପ୍ରସିଦ୍ଧ କାଳୀପୂଜା ପାଇଁ ଶାନ୍ତି କମିଟି ଓ ସ୍ଥାନୀୟ ପ୍ରଶାସନର ଏକ ମିଳିତ ପ୍ରସ୍ତୁତି ବୈଠକ ରାଜବାଟୀସ୍ଥିତ ପ୍ରସନ୍ନମଣିଙ୍କ ପୀଠରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶାନ୍ତି କମିଟିର କର୍ମକର୍ତ୍ତା, ସମସ୍ତ ସଭ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସାହି ପୂଜା କମିଟର କର୍ମକର୍ତ୍ତାମାନେ ଯୋଗଦେଇ ପାଖେଇ ଆସୁଥିବା କାଳୀପୂଜାକୁୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବା ପାଇଁ ଆଲୋଚନା ପରେ ବିଭିନ୍ନ ନିଷ୍କର୍ଶ ଗ୍ରହଣ କରିଛନ୍ତି।

କାଳୀପୂଜା ଅକ୍ଟୋବର ୨୪ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖରେ ସାମୁହିକ ଭସାଣ ପର୍ବ ଅନୁଷ୍ଠିତ ହୋଇ ଯାତ୍ରା ଉଦ୍‍ଯାପନ ହେବ ବୋଲି ସ୍ଥିର କରାଯାଇଛି। ଏଣୁ ଯାତ୍ରାର ଅବ୍ୟବହିତ ପୂର୍ବରୁ ନିଜ ନିଜ ବିଭାଗର ବାକି ରହିଥିବା କାର୍ଯ୍ୟ ଯଥା ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ପରିମଳ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀମାନେ ଅବିଳମ୍ବେ ତଦାରଖ କରି ଆବଶ୍ୟକୀୟ ସ୍ଥଳେ କାର୍ଯ୍ୟ ଶେଷ କରିବାକୁ ତହସିଲଦାର ଶ୍ରୀ ବାସ୍କେ ନିର୍ଦେଶ ଦେଇଥିଲେ। ଯାତ୍ରା ସମୟରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍‍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜବାଟୀ ଠାରେ ଅସ୍ଥାୟୀ ଆଶୁ ଚିକିତ୍ସା ଶିବିର ଖୋଲାଯିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଯାତ୍ରା ସମୟରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୌଣସି ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ବାଜିପାରିବ ନାହିଁ ବୋଲି ନିଷ୍ପତି ହୋଇଛି। ଏପରିକି ଯାତ୍ରା ଏବଂ ଭସାଣ ଉତ୍ସବରେ ଭୀଷଣ ଶବ୍ଦ ସୃଷ୍ଟିକାରୀ ଡିଜେ ବ୍ୟବହାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏହାଛଡ଼ା ପରିମଳ ସ୍ୱଚ୍ଛ ରଖିବାକୁ ମୂର୍ତ୍ତିଗୁଡ଼ିକ ପ୍ରଶାସନ ପକ୍ଷରୁ ତିଆରି ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯିବାକୁ ନିଷ୍ପତି ହୋଇଛି।

- Advertisement -

ଏହି ପ୍ରସ୍ତୁତି ବୈଠକରେ ଶାନ୍ତି କମିଟିର ଉପଦେଷ୍ଟା ତଥା ପୂର୍ବତନ ସାଂସଦ ସୁବାସ ମହାନ୍ତି, ସଭାପତି ପ୍ରଣବ ପଟ୍ଟନାୟକ, ସମ୍ପାଦକ ଗିରିଜା ପ୍ରସାଦ ପଟ୍ଟନାୟକ, ତିଗିରିଆ ଥାନା ସବ୍‍ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ, ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ବିକାଶ ରାଉତରାୟ, ଅଗ୍ନିଶମ ଅଧିକାରୀ ଦୁର୍ଗାଦତ୍ତ ଦାସ, ତିଗିରିଆ ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ପଣ୍ଡା, ଆଇନଜୀବୀ ମଙ୍ଗଳକୃଷ୍ଣ ଦାସଙ୍କ ସମେତ ନିଜିଗଡ଼଼ର ୧୬ଗୋଟି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଶାନ୍ତି କମିଟିର ସଭ୍ୟ ଆଇନଜୀବୀ ବିକ୍ରମ କେଶରୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories