ତିଗିରିଆ: ତିଗିିରିଆ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସୁନେତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୩୨ ଗୋଟି ବିଦ୍ୟାଳୟର ୨୮୧ଜଣ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତା ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଞ୍ଚଳିକ ସମ୍ବଳ ଅଧିକାରୀମାନେ, ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଂଶୀଧର ନାଏକ ସହଯୋଗ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସବିତା ପଣ୍ଡା ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ବିଜୟ କୁମାର ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ।
Popular Categories



