www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଠଗଡ ବ୍ଲକ ବାଳିକା ଦଳ ରନର୍ସ ଅପ୍

ଆଠଗଡ : କଟକ ବିଡାନାସୀ ଖେଳପଡିଆରେ ଚାଲିଥିବା ବ୍ଲକସ୍ତରୀୟ ୧୭ବର୍ଷରୁ କମ୍‌‌ ବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କଟକ ସଦର ବ୍ଲକଠାରୁ ପରାସ୍ତ ହୋଇ ଆଠଗଡ ବ୍ଲକ ବାଳିକା ଦଳ ରନର୍ସଅପ ହୋଇଛି । ଆଠଗଡ ବ୍ଲକ ବାଳିକା ଦଳ ଗତ ୧୪ତାରିଖ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ନିଶ୍ଚିତକୋଇଲି ବ୍ଲକକୁ ପେନାଲ୍ଟି ସୁଟଆଉଟରେ ୪-୧ ଗୋଲ ଦେଇ ବିଜୟୀ ହେବା ସହ ଫାଇନାଲକୁ ଉନ୍ନୀତ ହୋଇଥିଲା । ତେବେ ଫାଇନାଲ ମ୍ୟାଚରେ ଆଠଗଡ ଦଳ କଟକ ସଦର ଦଳଠାରୁ ହାରି ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛି। ବ୍ଲକ ସଂପାଦକ ବିଜୟ କୁମାର ସାହୁଙ୍କ ପରିଚାଳନାରେ ଯାଇଥିବା ଆଠଗଡ ବାଳିକା ଦଳର ପ୍ରଶିକ୍ଷକ ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏବଂ ସହ ପ୍ରଶିକ୍ଷକ ଭାବେ ସଂଘମିତ୍ରା ପଣ୍ଡା ଓ ରଶ୍ମିତା ରାଉତ ଏହି ଟୁର୍ଣ୍ଣାମେଣ୍ଟରେ ବାଳିକା ଖେଳାଳିଙ୍କୁ ନେଇ ଯୋଗଦେଇଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories