www.samajalive.in
Sunday, December 14, 2025
26.1 C
Bhubaneswar

ସୁନାମ ଆଣିଲେ କନ୍ଧମାଳର ଝିଅ ଶ୍ରାବଣୀ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟନସିପ ୨୦୨୨ରେ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା, ରାଜ୍ୟ ତଥା ଦେଶପାଇଁ ଗୌରବ ଆଣି ଦେଇଛନ୍ତି ଫୁଲବାଣୀ ସହର ମାଷ୍ଟ୍ର ପଡାର ସୁନା ଝିଅ ଶ୍ରାବଣୀ। ରବିବାର ବେଙ୍ଗାଲୁରୁ ସ୍ଥିତ ଶ୍ରୀ କ୍ରାନ୍ତୀରଭା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଶହେ ମିଟର ଦୌଡରେ ଶ୍ରାବଣୀଙ୍କୁ ଏହି ସଫଳତା ମିଳିଛି। ସେ ୧୧. ୫୫ ସେକେଣ୍ଡରେ ଦୌଡ ସମାପ୍ତ କରିଥିଲେ ଶ୍ରାବଣୀ।

ଏଥି ପୂର୍ବରୁ ମଧ୍ୟ ଶ୍ରାବଣୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଖବର ଶୁଣି ବାପା ବନ ବିହାରୀ ନନ୍ଦ ଓ ମାଆ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ଶ୍ରାବଣୀଙ୍କ ସ୍ୱର୍ଣ୍ଣ ପଦକ ପାଇବା ଶୁଣି ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ନାରାୟଣ ସାହୁ, ଜିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ତଥା ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଅଶୋକ ମହାନ୍ତି, ରବୀନ୍ଦ୍ର ନାଥ ମିଶ୍ର, ୫ ନମ୍ବର କାଉନସିଲର ତଥା ଆଇନଜୀବୀ ରମେଶ ମହାନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଏହା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories