www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକସ୍ତରୀୟ ଜନ ଶୁଣାଣି ଓ ସେବା ବିତରଣ ଶିବିର

ରେଙ୍ଗାଲି: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଲି ବ୍ଲକର କିନାଲୋଇ ଗ୍ରାମପଞ୍ଚାୟତରେ ସୋମବାର କ୍ଲଷ୍ଟରସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ଏବଂ ରେଙ୍ଗାଲି ତହସିଲଦାର ବେର୍ସିଅସ୍‌‌ ଡୁଙ୍ଗ୍‌‌ଡୁଙ୍ଗ୍‌ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ କିନାଲୋଇ, ଲଇଡା ଏବଂ ରେଙ୍ଗଲୋଇ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୭୯ ଟି ଆପତ୍ତି ଅଭିଯୋଗର ଶୁଣାଣି କରି ଫଇସଲା କରାଯାଇଥିଲା। ଶିବିର ରେ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ଆଶିଷ ମାଝି, କିନାଲୋଇ ସରପଞ୍ଚ ସରୋଜିନୀ କାଲୋ, ଲଇଡା ସରପଞ୍ଚ ଜ୍ୟୋସା୍ନ ସା, ଏଏଇ ଶ୍ରୀକାନ୍ତ ମାଝି, ଜି.ପ/.ଓ ମୋନିକା ବହିଦାର, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ସହାୟକ ଯନ୍ତ୍ରୀ ମକରଧ୍ୱଜ ନାଏକ, ଅତିରିକ୍ତ ଶିକ୍ଷା ଅଧିକାରୀ ମହେନ୍ଦ୍ର ବାଗ, ଫରେଷ୍ଟର ଭାରତୀ ମହାନନ୍ଦ ଏବଂ କେଶବ ଓରାମ,ଡିଭିଓ ସୁରେନ୍ଦ୍ର ବେହେରା ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ୭୭ଟି ଜନ ଅଭିଯୋଗ ମଧ୍ୟରୁ ୧୩ଟି ରାଜସ୍ୱ ବିଭାଗ ସମ୍ପର୍କିତ ଥିବାରୁ ତହସିଲଦାର ଶ୍ରୀ ଡୁଙ୍ଗ୍‌‌ଡୁଙ୍ଗ୍‌‌ଏହାର ଶୁଣାଣି କରି ସମାଧାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ରେ ୩୪ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories