www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ସେବା ଯୋଜନା ଶିବିର ଉଦଯାପିତ; ମନ ମୋହିଲା ନାଟକ ‘ମଦ ବଡ଼ ନା ଜୀବନ‘

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ସାତଦିନିଆ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଶେଷଦିନରେ ଆୟୋଜିତ ସଭାରେ ଶିବିରରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ସଭାରେ ଡା.ଜୟପ୍ରକାଶ ପାଢ଼ୀ, ସୁଧାକର ବିଷୋୟୀ, ବଳରାମ ମହାପାତ୍ର, ପୂର୍ଣ୍ଣପ୍ରଭା ତ୍ରିପାଠୀ, ଅସୀମା ପ୍ରଧାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ରାଜଗୋପାଳ ପାଢ଼ୀଙ୍କ ରଚିତ ଓ ନିର୍ଦ୍ଦେଶିତ ସଚେତନତାମୂଳକ ନାଟକ ‘ମଦ ବଡ଼ ନା ଜୀବନ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଂଚସ୍ଥ ହୋଇ ସମସ୍ତଙ୍କ ମନ ମୋହିଥିଲା। ନାଟକରେ ବିକାଶ, ପ୍ରଣତି, କିରଣ, ଅନିଶା, ବିଜୟଲକ୍ଷ୍ମୀ, ରୁଦ୍ର, କାହ୍ନା ଓ ଦେବରାଜ ପ୍ରମୁଖ ଅଭିନୟ କରିଥିଲେ। ନାଟକଟି ରବିବାର ସାମନ୍ତିଆପଲ୍ଲୀ ଛକରେ ପରିବେଷିତ ହୋଇଥିଲା। ସାତଦିନିଆ ଏହି ଶିବିରରେ ଛାତ୍ରଛାତ୍ରୀମାନେ ସଫେଇ, ସର୍ଭେ, ରାଲି କରିବା ସହିତ ଗ୍ରାମସଭା ମାଧ୍ୟମରେ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ରଂଜିତା ପ୍ରଧାନ, ଆରତୀ ସାହୁ, ରଶ୍ମିତା ଚୌଧୁରୀ ପ୍ରମୁଖ ଶିବିରରେ ସେମାନଙ୍କ ଅନୁଭୂତି କହିଥିଲେ। ନିବେଦିତା, ସୁଶିଳା ଓ ରଂଜିତା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories