ଡେସ୍କ: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲି ଘୋଷଣା ପରେ ଆଜି ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୫୭ ହଜାରରୁ ଅଧିକ ଚୁକ୍ତଭିତ୍ତିକ କର୍ମଚାରୀଙ୍କ ନିୟମିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ବିଜ୍ଞପ୍ତି ଅନୁଯାୟୀ, ୨୦୧୩ର ଗ୍ରୁପ ‘ବି’, ‘ସି’ ଓ ‘ଡ଼ି’ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଉଛେଦ କରାଯାଇଛି। ଅନ୍ୟପକ୍ଷରେ ଯେଉଁମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଯେଉଁ ପଦବୀରେ କାର୍ଯ୍ୟ କରୁଥିଲେ, ଏବେ ସେମାନେ ସେହି ପଦବୀରେ ନିୟମିତ ଭାବେ କାର୍ଯ୍ୟ କରିବେ। ସେମାନଙ୍କର ନିଯୁକ୍ତି ତାରିଖ ଅନୁଯାୟୀ ବିଚାରଯୋଗ୍ୟ ବେତନ ବୃଦ୍ଧି କରାଯିବ। ଏହାଛଡା ଯେଉଁମାନେ ୬ ବର୍ଷ ଚୁକ୍ତିଭିତ୍ତିକ କାର୍ଯ୍ୟକାରୀ ନିୟମିତ ହୋଇ ସାରିଥିବେ ସେମାନେ ମଧ୍ୟ ଇନକ୍ରିମେଣ୍ଟ ପାଇବେ। ଏଥିସହିତ ଏହି କର୍ମଚାରୀମାନେ ନିୟମିତ କର୍ମଚାରୀଙ୍କ ଭଳି ସବୁ ସୁବିଧା ସୁଯୋହା ପାଇବେ।




