www.samajalive.in
Friday, December 12, 2025
14.1 C
Bhubaneswar

ରାସ୍ତା ମରାମତି ପାଇଁ ବି.ଡି.ଓଙ୍କୁ ଦାବିପତ୍ର ପ୍ରଦାନ

କଲମପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ଉପରେ ପଡୋଶୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପାଡେପଦର ଏବଂ ତଳନାଗୀ ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି । ହେଲେ ତଳନାଗୀ ପଞ୍ଚାୟତ ବାସୀଙ୍କ ପାଇଁ ତେନ୍ତୁଳିଖୁଣ୍ଟି ତଥା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଗମନାଗମନର ସୁବ୍ୟବସ୍ଥା ରହିଥିବା ବେଳେ ପାଡେପଦର ବାସୀଙ୍କ ପାଇଁ ଗମନାଗମନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯେହେତୁ ଥୁଆମୂଳ ରାମପୁର ବ୍ଲକ ଅବା କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟ ଦୂରତା ବେଶ୍ ସ୍ବାସ୍ଥ୍ୟସେବା ହେଉ ଅବା ଯେ କୌଣସି ଜରୁରୀ କାର୍ଯ୍ୟ ଆବଶ୍ୟକ ପଡିଲେ ନିକଟରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଉପରେ ନିର୍ଭର କରିଥାନ୍ତି ।

କିନ୍ତୁ ପଡୋଶୀ ବ୍ଲକ ବେଣାଖମାର ଠାରୁ କଳାହାଣ୍ଡି-ନବରଙ୍ଗପୁର ସୀମା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ହୋଇଥିବା ବେଳେ ନବରଙ୍ଗପୁର ପଟରେ ରହିଥିବା ସୀମାବର୍ତ୍ତୀ ରାସ୍ତା ଦୟନୀୟ । ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ମଙ୍ଗରଦରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ହୋଇ ସାରିଥାବା ବେଳେ ସେଠାରୁ ମୁଣ୍ଡାଗୁଡା ସୀମା ପର୍ଯ୍ୟନ୍ତ ରହିଥିବା ରାସ୍ତା ଏବେବି ଶୋଚନୀୟ ରହିଛି । ପାଡେପଦର ଗ୍ରାମ ପଞ୍ଚାୟତର ପ୍ରାୟତଃ ଗର୍ଭବତୀ ମହିଳା ହେଉ ବା ଅନ୍ୟ ରୋଗୀ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହିଁ ଆଣିଥାନ୍ତି । କିନ୍ତୁ ମୁଣ୍ଡାଗୁଡାରୁ ମଙ୍ଗରଦୋରା ରାସ୍ତା ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବା କଷ୍ଟ ହେଉଛି ।

- Advertisement -

ଏଣୁ ଅଧିକ ଦୂରତା ଓ ଅଧିକ ସମୟ ଲାଗୁଥିବା ରାସ୍ତା ବେଣାଖମାର ଦେଇ ଯିବାକୁ ପଡୁଛି ।ଏଣୁ ଖାଲଖମା ତଥା କର୍ଦ୍ଧମାକ୍ତ ରାସ୍ତା ମୁଣ୍ଡାଗୁଡାଠୁ ମଙ୍ଗର ଦୋରା ରାସ୍ତା ମରାମତି କରି ଯାନବାହନ ଚଳାଚଳ ଯୋଗ୍ୟ କରିବା ପାଇଁ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟଧନ ଭୋଇଙ୍କୁ ପାଡେପଦର ସରପଞ୍ଚ ସମ୍ଭାରୀ ମାଝୀ ଶୁକ୍ରବାର ଏକ ଅନୁରୋଧ ସମ୍ବଳିତ ଦାବି ଜଣାଇଛନ୍ତି । ବିଡିଓ ଭୋଇ ଅନୁରୋଧ ରକ୍ଷା କରିବା ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ଦୂର୍ଗମ ଗ୍ରାମ ଗୁଡିକରେ ସବୁଦିନିଆ ଯାନବାହନ ଚଳାଚଳ ଯୋଗ୍ୟ ରାସ୍ତା କେବେ ହେବ ? ସଦର ପଞ୍ଚାୟତର ମୁଖ୍ୟ ସମସ୍ୟା ଅନ୍ତତଃ ପଡ଼ୋଶୀ ଜିଲ୍ଲାର ଜଣେ ସରପଞ୍ଚ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ରାସ୍ତା ମରାମତି ପାଇଁ ଅନୁରୋଧ କରିଛନ୍ତି । ତାଙ୍କ ଅନୁରୋଧ ଅନ୍ତତଃ ରକ୍ଷା କରି ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ଭଲ ରାସ୍ତା ସଦର ପଞ୍ଚାୟତର ଦୁର୍ଗମ ଗ୍ରାମଗୁଡିକ ପାଇଁ କରିଦେଉ ବୋଲି ସାଧାରଣରେ ଚର୍ଚ୍ଚାହଉଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories