www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ୮ ଦଫିଆ ଦାବି 

ସମ୍ବଲପୁର  : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲା ପ୍ରଶାସନ ଜରିଆରେ ୮ ଦଫିଆ ଦାବି ପତ୍ର ଶୁକ୍ରବାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ୨୮୫ ଟଙ୍କା ଲାଗୁ କରାଯାଇ ସେହି ଅନୁଯାୟୀ ମାସିକ ୮ ହଜାର ୨୫୦ ଟଙ୍କା ପ୍ରଦାନ, ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନ୍ୟତା, ଚିକିତ୍ସା ସମେତ ଜୀବନ ବୀମାର ସୁବିଧା, ୨୦୧୮ ମସିହା ଜାନୁଆରୀ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ବକେୟା ପ୍ରଦାନ, ସରକାରଙ୍କ ଶିକ୍ଷା ବିଭାଗ ଅଧିନରେ ପାଚକ ଓ ପାଚିକା ମାନଙ୍କୁ ରଖିବା, ଦୈନିକ ୮ ଘଣ୍ଟାରୁ ଉର୍ଦ୍ଧ ସମୟ କାର୍ଯ୍ୟ କରୁଥିବାରୁ ଦୈନିକ ମଜୁରିଆର ସ୍ୱୀକୃତି ଦେଇ ଭବିଷ୍ୟତନିଧି ଯୋଜନାରେ ସାମିଲ, ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ପେନସନ ପ୍ରଦାନ ଓ ପ୍ରତ୍ୟେକ ମ।ସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଦାବି କରାଯାଇଛି। ମହାସଂଘର ସଦସ୍ୟ ମାନେ ଏକ ରାଲିରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଦତ୍ତ ଦାବିପତ୍ରରେ ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ହରେକୃଷ୍ଣ ମେହେର, ସରୋଜିନୀ କୁମୁରା, କାର୍ତ୍ତିକ ସା, ହରିହର ପ୍ରଧାନ, ଶାନ୍ତି ଲୋହରା, ସୁରେନ୍ଦ୍ର ଧରୁଆଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟା ମାନଙ୍କର ଦସ୍ତଖତ ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories