www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମରେ ବିଡ଼ିଓ, ଈଓ,ଆଇଆଇସି ତିନି ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ : ଗଞ୍ଜାମରେ ତିନି ଅଧିକାରୀ ଗୋଟିଏ ଦିନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ବିଡ଼ିଓ, ଗଞ୍ଜାମ ଏନ. ଏ. ସି ର ଇ. ଓ ଏବଂ ଗଞ୍ଜାମ ଥାନା ଅଧିକାରୀ ଦାୟିତ୍ୱ ନେଇଥିବା ଜଣାପଡିଛି । ବ୍ଲକ ନୂତନ ବିଡ଼ିଓ ଭାବେ ଜସ୍ମିନ ପ୍ରଧାନ, ନୂତନ ଏନଏସି ଇଓ ଭାବେ ଅବିନାଶ ମିଶ୍ର ଓ ଗଞ୍ଜାମ ଥାନାରେ ନୂତନ ଆଇଆଇସି ଭାବେ ସନ୍ତୋଷ କୁମାର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ବିଡ଼ିଓ ବିଶ୍ୱଜିତ ରାଏ ରଙ୍ଗେଈଲୁଣ୍ଡା ବ୍ଲକକୁ ବଦଳି ହୋଇଥିବା ବେଳେ ଗଞ୍ଜାମ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ ଚମ।ଖଣ୍ଡି ଥାନାକୁ ବଦଳି ହୋଇଥିବା ଜଣାପଡିଛି ।
ସେହିପରି ଏନଏସିରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ କାର୍ୟ୍ୟକାରୀ ଇ. ଓ ଭାବେ କାର୍ୟ୍ୟ ତୁଲାଇ ଆସୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଦୁଇ ଅଧିକାରୀ ତଥା ବିଡିଓ ପ୍ରଧାନ ଏବଂ ଇଓ ମିଶ୍ରଙ୍କୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ୧୫ ନ ଜିଲାପରିଷଦ ସଭ୍ୟ ସନାତନ ବେହେରା, ୧୪ ନ ଜିଲାପରିଷଦ ସଭ୍ୟ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ,ପ୍ରତିନିଧି ଗଗନ ସ୍ୱାଇଁ,ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି, ରାଜପୁର ସରପଞ୍ଚ ରଞ୍ଜନ ପଲାଇ, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନ, ହୁମା ସରପଞ୍ଚ ଜାନକୀ ଦାସ, ବରିଷ୍ଠ ବିଜେଡି ନେତା ବଟକୃଷ୍ଣ ପଣ୍ଡା ସମେତ ଅନ୍ୟାନ୍ୟ ବ୍ୟକ୍ତି ମାନେ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories