www.samajalive.in
Saturday, December 13, 2025
26.1 C
Bhubaneswar

ପୁରୁଣାକଟକ-ସମ୍ବଲପୁର ରାସ୍ତା ଖାଲଖମାର ମରାମତି ଆରମ୍ଭ

ଗୁରୁଡ଼ିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ଧବଳେଶ୍ୱରଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ପରିଣତ ହୋଇଥିଲା। ଗାଡି ଚଳାଚଳ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇଥିବା ବେଳେ ପାଦରେ ଚାଲିକି ଯିବା ମଧ୍ୟ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେବା ସହିତ ଦୁର୍ଘଟଣାର ଶିକାର ହେଉଥିଲେ। ରାସ୍ତାର ବିପର୍ଯ୍ୟସ୍ତ ସ୍ଥିତିକୁ ଅବଲୋକନ କରି ସମାଜରେ “ଦୁର୍ଦ୍ଦଶା ଭୋଗୁଛନ୍ତି ପଥଚାରୀ, ନାହିରେ ତେଲ ଦେଇ ଶୋଇଛି ବିଭାଗ, ବଢ଼ିଚାଲିଛି ଗର୍ଭବତୀଙ୍କ ଯନ୍ତ୍ରଣା’’ ଶୀର୍ଷକ ସଚିତ୍ର ଖବର ୮ ତାରିଖରେ ପ୍ରକାଶ ପାଇଥିଲା। ବିଭିନ୍ନ ମହଲରୁ ରାସ୍ତାର ବିପଦଜନକ ସ୍ଥିତିକୁ ଦେଖି ମଧ୍ୟ ରାସ୍ତା ଓ କୋଠାବାଡି ବିଭାଗର ଅଧିକାରୀଙ୍କୁ ଦାବିପତ୍ର ମଧ୍ୟ ଯାଇଥିଲା। ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧବଳେଶ୍ୱରଠାରେ ପଞ୍ଚ କ ଓ ବଡଓଷା ଯାତ୍ରାର ପ୍ରସ୍ତୁତି ବୈଠକରେ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଆଜି ରାସ୍ତାରେ ହୋଇଥିବା ବଡବଡ ଖାଲଗୁଡିକୁ ଛୋଟ କଳାମୁଗୁନି ପଥରେ ସିମେଣ୍ଟ ଗୋଳାଯାଇ ରୋଲର ଚପାଯାଇ ରାସ୍ତାକୁ ସମତୁଲ କରାଯାଇଛି। ଯାହାଫଳରେ କି ରାସ୍ତା ଉପରେ ବାଇକ ଓ ଚାରିଚକିଆଯାନ ଯିବା ସମୟରେ ଅସୁବିଧାର ସମ୍ମୁଖିନ ହେଉନାହାନ୍ତି। ଦିନେ ଦୁଇଦିନ ଭିତରେ ଶୁଖିଲାପାଗ ହେଲେ ରାସ୍ତାକୁ ପିଚୁ ଦେଇ ମରାମତି କରାଯିବ।

ଉଲ୍ଲେଖଯୋଗ୍ୟ, ନୂଆପାଟଣାର ମହାନଦୀଠାରେ ମଧୁସେତୁ ହେବା ପରେ ପଶ୍ଚିମ ଓଡ଼ିଶାକୁ ଯାତାୟାତ ପାଇଁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦୂରତା ପ୍ରାୟ ୫୦ ରୁ ୬୦ କିମି କମିଯାଇଥିବା ବେଳେ ଯାତାୟାତ ପାଇଁ ମଧ୍ୟ ଏହା ନିରପଦ ହୋଇଥିବାରୁ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାଦେଇ ଯାତାୟାତ କରୁଛି। ଏପରିକି ୧୦ରୁ ଊର୍ଦ୍ଧ୍ବ ରାତ୍ରିକାଳୀନ ଦୂରଗାମୀ ବସ ଯାତାୟତ କରୁଛି। ଖାଲଖମା ହୋଇପଡ଼ିଥିବାରୁ ରାସ୍ତାଟି ଆମ୍ବୁଲାନ୍ସରେ ଗର୍ଭବତୀ ମହିଳା କଟକ ବଡମେଡିକାଲ ଯାଉଥିବା ବେଳେ କେବଳ ଭଗବାନ ହିଁ ତାଙ୍କୁ ସାହା ହେଉଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ଖାଲସ୍ଥାନଗୁଡିକ ସମତୁଲ ହୋଇଥିବାରୁ ଗାଡିଚାଳକ ଓ ପଥଚାରୀଙ୍କ ମନରେ ସନ୍ତୋଷ ଦେଖାଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories