www.samajalive.in
Saturday, December 13, 2025
21.1 C
Bhubaneswar

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି। ମହୁଲପାଳ ଗ୍ରାମର କହ୍ନେଇ ବେହେରା (୭୯) ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। କିନ୍ତୁ ପୋଖରୀରେ କହେଁଇ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। କହେଁଇ ଘରକୁ ଫେରିବାରେ ବିଳମ୍ବ ହେବାରୁ ବହୁ ଖୋଜା ଖୋଜି ପରେ ପୋଖରୀ ନିକଟରେ ତାଙ୍କର ଠେଙ୍ଗା ଦେଖି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କହେଁଇଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି l

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories