www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ର ଚନ୍ଦନଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଗୁରୁଡ଼ିଝାଟିଆ:  ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ପ୍ରଥମସ୍ଥାନ ଅଧିକାର କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଆଠଗଡ଼ ବ୍ଲକ କୁଷ୍ପଙ୍ଗି ଗ୍ରାମର ପ୍ରତାପ ସେନ ରାଉତଙ୍କ ପୁତ୍ର ଚନ୍ଦନ ସେନ ରାଉତଙ୍କୁ ବିଜୁ ଜନତାଦଳ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ବିଜୁ ଯୁବଜନତାଦଳର ସଭାପତି ତଥା ରାଧାକିଶୋରପୁର ସରପଞ୍ଚ ବିନୋଦ କୁମାର ମାଝିଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଂପାଦକ ଜନ୍ମେଜୟ ଦାସ, ସୌମ୍ୟରଞ୍ଜନ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ ପ୍ରମୁଖ କୃତୀ ବିଦ୍ୟାର୍ଥୀ ଚନ୍ଦନର ବାସଭବନରେ ପହଞ୍ଚି ସମ୍ବର୍ଦ୍ଧିତ କରିବା ସହ ତାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

ପ୍ରକାଶଯୋଗ୍ୟ କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର +୨ ବିଜ୍ଞାନ ୧ମବର୍ଷ ଛାତ୍ର ଚନ୍ଦନ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories