www.samajalive.in
Sunday, December 14, 2025
26.1 C
Bhubaneswar

ସରିଲା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା, ବ୍ୟବସାୟ ହେଲା ୧୦ କୋଟି ୩୫ ଲକ୍ଷ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ସେପ୍ଟେମ୍ବର ୧୨ ତାରିଖଠାରୁ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ୨୦୨୨ ଅକ୍ଟୋବର ୧୨ ତାରିଖରେ ଶେଷ ହୋଇଛି। ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲା ଯାଇଥିଲା। ସେଥି ମଧ୍ୟରୁ ୧୧୫ଟି ଷ୍ଟଲରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନେ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିଥିଲେ। ଦେଶର ସମସ୍ତ ବୟନକଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ତଥା ଏହାର ବିକ୍ରୟ ସୁଯୋଗ ସୃଷ୍ଟି ସହିତ ବୁଣାକାରମାନଙ୍କର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା।
ଏକ ମାସ ଧରି ଆୟୋଜିତ ଏହି ମେଳାରେ ୧୫ଟି ରାଜ୍ୟ ଭାଗ ନେଇଥିଲେ । ଏହି ହସ୍ତତନ୍ତ ମେଳାରେ ପ୍ରାୟ ୧୦ କୋଟି ୩୫ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା । ‘ବୟନିକା’ ଏହି ମେଳାରେ ୧ କୋଟି ୮୦ ଲକ୍ଷ ଟଙ୍କାର ଓଡ଼ିଶା ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିପାରିଛି ।
ବୁଣାକାର ସେବାକେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ତିଆରି ହୋଇଥିବା ଥିମ୍‌ ପାଭିଲିଅନ୍‌ ଦର୍ଶକମାନଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲା । ଏହି ପାଭିଲିଅନ୍‌ରେ ଲୋକମାନେ ଓଡ଼ିଶାର ହସ୍ତତନ୍ତ ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଏହି ମେଳାରେ ଲୋକମାନେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ର କିଣାକିଣି କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ୱାଦୁ ଖାଦ୍ୟର ମଧ୍ୟ ମଜା ଉଠାଇଥିଲେ ।
ଶେଷ ଦିନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ ସାହୁ ଓ ପରିଚାଳନା ନିର୍ଦ୍ଦେଶକ ‘ବୟନିକା’ ଶ୍ୟାମଭକ୍ତ ମିଶ୍ର ମେଳାରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ମେଳା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ମାସାଧିକ କାଳ ପରିଚାଳିତ ହୋଇଥିବାରୁ ପ୍ରମୁଖ ଶାସନ ସଚିବ ଆୟୋଜନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories