www.samajalive.in
Sunday, December 14, 2025
18.1 C
Bhubaneswar

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା

ଭୁବନେଶ୍ୱର: ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କଲକତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର
ଛାତ୍ରଛାତ୍ରୀମାନଙ୍କ ପାଇଁ ଫ୍ରେଞ୍ଚ ଭାଷା ଶିକ୍ଷା ନିମନ୍ତେ ଗଣଶିକ୍ଷା ସଚିବଙ୍କ ସହିତ ଆଲୋଚନା କରିଥିଲେ। ଫ୍ରେଞ୍ଚ ଭାଷାର ଶିକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳୀ ସୂଚନା ପ୍ରଦାନ କରିବା ସହ ରାଜସ୍ଥାନ ଓ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ଫ୍ରେଞ୍ଚ ଭାଷା ଶିକ୍ଷାର ପ୍ରସାର ପାଇଁ ସେମାନେ ମତବ୍ୟକ୍ତ କରିଥିଲେ` ବିଭାଗୀୟ ସଚିବ ଫ୍ରେଞ୍ଚ ଭାଷା ଶିକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସ୍ତରରେ ବିସ୍ତୃତ ଆଲୋଚନା କରି ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ଫ୍ରେଞ୍ଚ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଫ୍ରେଞ୍ଚ ପ୍ରତିନିଧିମଣ୍ଡଳୀରେ ସାମିଲ ଥିବା ଏମାନୁଏଲ ୍‌ ଲେବ୍ରୁନ- ଡାମିଏନ୍‌ସ, ଫାତିହା କାମୋସି, ଆଲିଶଗନି ଓ ଅଞ୍ଜିତା ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories