www.samajalive.in
Sunday, December 14, 2025
26.1 C
Bhubaneswar

ଗୋ-ସୁଗମ ପୋର୍ଟାଲକୁ ଅଧିକ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା ପ୍ରଣୟନ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ ଆନୁଷଙ୍ଗିକ କୃଷି ଯୋଜନାର ଦ୍ରୁତ ରୂପାୟନ ଓ ସ୍ୱଚ୍ଛତା ବଜାୟ ରକ୍ଷା କରିବା ଦିଗରେ ରାଜ୍ୟ ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମରେ ଆରମ୍ଭ କରାଯାଇଥିବା ଗୋ-ସୁଗମ ପୋର୍ଟାଲକୁ ଅଧିକ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ଗୋ-ସୁଗମ େୱବ୍‌ପୋର୍ଟାଲର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିବା ଅବସରରେ କହିଲେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ କୃଷକମାନଙ୍କର ଆୟବୃଦ୍ଧି ସହିତ ଜୀବନ ଓ ଜୀବିକାରେ ରୂପାନ୍ତରଣ ଆଣିହେବ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ଗୋ-ସୁଗମ ପୋର୍ଟାଲ କୃଷକ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନ୍‌ଡ଼ୋ େୱବ୍‌ ପୋର୍ଟାଲ। ଗୋ-ସୁଗମ ପୋର୍ଟାଲର ପ୍ରଚଳନ ଏ ଦିଗରେ କୃଷକମାନଙ୍କୁ ବିଶେଷ ସହାୟକ ହେବା ସହିତ ଯୋଜନା ଓ ସେବାର କାର୍ଯ୍ୟାନ୍ୱୟନରେ ସଂପୃକ୍ତ ଅଧିକାରୀଙ୍କ ମଧ୍ୟରେ ଟିମ୍‌ୱାର୍କ ଭାବନାକୁ ପ୍ରୋତ୍ସାହିତ କରିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୭ଗୋଟି ଯୋଜନା ଓ ସେବା ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ୩୩ଟି ଯୋଜନା ଓ ସେବାକୁ ଗୋ-ସୁଗମ ପୋର୍ଟାଲରେ ସ୍ଥାନିତ କରାଯାଇ ଡିଜିଟାଲ କରାଯାଇଛି । ଏଥିରେ କୃଷକମାନେ ବିଭିନ୍ନ ଯୋଜନା ଓ ସେବା ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଦରଖାସ୍ତ କରିବାର ସୁବିଧା ରହିଛି । େୱବ୍‌ପୋଟାର୍ଲ ମାଧ୍ୟମରେ ଦରଖାସ୍ତର ରିୟଲଟାଇମ୍‌ ସ୍ଥିତି ସଂପର୍କରେ ଜାଣିବାର ବ୍ୟବସ୍ଥା ରହିଛି । ଏଥି ସହିତ ମୋବାଇଲ୍‌ ମେସେଜ୍‌ କିମ୍ବା ଇ-ମେଲ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ଆବେଦନ ପତ୍ରର ସ୍ୱୀକୃତି କିମ୍ବା ଖାରଜ ସଂପର୍କରେ ସୂଚନା ଦେବାର ବ୍ୟବସ୍ଥା ମଧ୍ୟ ରହିଛି । କୃଷି ସମ୍ବନ୍ଧିତ ଅନ୍ୟ ବିଭାଗରୁ ସେବା ପାଇବା ପାଇଁ ମଧ୍ୟ ଆବଶ୍ୟକ ପ୍ଲାଟ୍‌ଫର୍ମ ମଧ୍ୟ ଏହି େୱବ୍‌ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ଏହି ଅଭିନବ ସିଙ୍ଗଲ୍‌ ୱିନ୍‌ଡ଼ୋ ସେବା ପ୍ରଦାନକାରୀ େୱବ୍‌ ପୋର୍ଟାଲର ଲାଭ ଯେପରି ରାଜ୍ୟର ପ୍ରତ୍ୟେକ କୃଷକ ସହଜରେ ପାଇପାରିବେ ସେଥି ପ୍ରତି ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ େୱବ୍‌ ପୋର୍ଟାଲରେ କୃଷି ଉପକରଣ କ୍ରୟ, ବିହନ, ନଳକୂପ ଓ ଗଭୀର ନଳକୂପ ଖନନ, ସୋଲାର ପମ୍ପସେଟ୍‌ ସ୍ଥାପନ ଆଦି ଦିଗରେ ସବ୍‌ସିଡି ପ୍ରଦାନ, ଉଦ୍ୟାନ କୃଷି ଓ ପନିପରିବା ଚାଷ ନିମନ୍ତେ ରିହାତି ଦରରେ ବିହନ ଓ ମଂଜି ଯୋଗାଣ, ସମନ୍ୱିତ ଉଦ୍ୟାନ କୃଷି, ଆପିକଲ୍‌ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଦି ୧୭ଟି ଯୋଜନା ଓ ସେବାର ଲାଭ କୃଷକମାନେ ପାଇପାରୁଛନ୍ତି ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ ଦିଗରେ ଯଥା ମତ୍ସ୍ୟଚାଷ ପାଇଁ ପୋଖରୀ ଖନନ, ଖାରିପାଣି ମାଛଚାଷ, ବାୟୋଫ୍ଲକ୍‌ ଓ କେଜ୍‌ କଲଚର ପଦ୍ଧତିରେ ମାଛଚାଷ, ଫିସିଂ ଲାଇସେନ୍ସ ନବୀକରଣ, ମାଛ ରଖିବା ପାଇଁ ଶୀତଳ ଭଣ୍ଡାର ଓ ବରଫ କଳ ପ୍ରତିଷ୍ଠା, ମାଛଧରା ମୋଟର ବୋଟ କ୍ରୟ, ବ୍ରଏଲର କୁକୁଡ଼ା, ଅଣ୍ଡାଦିଆ କୁକୁଡ଼ା ଚାଷ, ବତକ ଚାଷ, ଘୁଷୁରୀ ଚାଷ, କ୍ଷୁଦ୍ର କୁକୁଡ଼ା ହାଚେରୀ ପ୍ରତିଷ୍ଠା, ଛୋଟ କୁକୁଡ଼ାଦାନା ପ୍ରସ୍ତୁତି କାରଖାନା ଆଦି ୩୩ଟି ସେବାକୁ ଗୋ-ସୁଗମ ପୋର୍ଟାଲରେ ଅନ୍ତର୍ଭୁକ୍ତ କରାଯାଇଛି ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories