www.samajalive.in
Saturday, December 13, 2025
23.1 C
Bhubaneswar

ବାଙ୍କୀ ଲଢୁଆ ମାଟି,ଐତିହ୍ୟର ବାସ୍ନାରେ ମହକୁଛି ମହୋତ୍ସବ

ବାଙ୍କୀ : ସ୍ଥାନୀୟ କଚେରୀ ପଡିଆରେ ବାଙ୍କୀ ମହୋତ୍ସବ-୨୦୨୨ର ୪ର୍ଥ ସନ୍ଧ୍ୟା ବୁଧବାର ହଜାର ହଜାର ଦର୍ଶକଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ସଂଚାଳିତ ଚତୁର୍ଥ ସନ୍ଧ୍ୟାରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟ କୁମାର ଖଣ୍ଡାୟତରାୟ, ଅନ୍ୟତମ ଉପସଭାପତି ଗତିକୃଷ୍ଣ ସ୍ୱାଇଁ, ବାଙ୍କୀ ବିଡିଓ କିଶୋର ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବିଧାୟକ ଦେବୀରଂଜନ ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧିକାରୀ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଛନ୍ତି । ମୁଖ୍ୟବକ୍ତା ଭାବରେ ଗବେଷକ ଡଃ ପ୍ରସନ୍ନ କୁମାର ମହାପାତ୍ର, ବାରଙ୍ଗ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦଳେଇ ପ୍ରମୁଖ ଯୋଗଦେଇ ବାଙ୍କୀ ମାଟିର ଐତିହ୍ୟ, ପରମ୍ପରା ଓ ଓଡିଶାର କଳା, ସଂସ୍କୃତି ଓ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ନୀଳମଣୀ ବିଦ୍ୟାରତ୍ନ,ପଣ୍ଡିତ ଗୋବିନ୍ଦ ରଥ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ହେମନ୍ତ ଦାସ, ଗୁରୁ ଗୋପୀକୃଷ୍ଣ ବେହେରାଙ୍କ ପ୍ରତିଭା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖି ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହି ମାଟି ଲଢୁଆ ମାଟି, ବାସ୍ନାରେ ମହକୁଛି ଆଜି ମହୋତ୍ସବ।  ବାଙ୍କୀ ମାଟିର ସ୍ୱାଭିମାନ, ଧୈର୍ଯ୍ୟ ଓ କ୍ଷମା ଗୁଣରେ ଅନ୍ୟକୁ ଆପଣାର କରିବା ଇତିହାସକୁ ରୋମନ୍ଥନ କରିଥିଲେ । ମୁଖ୍ୟଅତିଥିଙ୍କ ସମେତ ସମସ୍ତ ସମ୍ମାନିତ ଅତିଥି ମାନେ ଓଡିଶାର ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ବାଙ୍କୀ ମାଟି ଅଗ୍ରଣୀ ଭୂମିକା ଗ୍ରହଣ କରି ବାଙ୍କୀର ସଂସ୍କୃତି, ପରମ୍ପରା ଓ ଓଡିଶାର ସମୃଦ୍ଧ ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିବାରେ ବହୁ ପ୍ରତିଭାର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

- Advertisement -

ଆଜିର କାର୍ଯ୍ୟକ୍ରମରେ ସନ୍ଦିପନୀ ଗୁରୁକୂଳ ସାଂସ୍କୃତିକ ଅନୁଷ୍ଠାନ ସ୍ୱାଗତ ସଂଗୀତ ଗାନ କରିଥିଲା ବେଳେ ଉପସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ, ସାଧାରଣ ସମ୍ପାଦକ ଡଃ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଉପସଭାପତି ସୁବାଷ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମଞ୍ଚରେ କବି କୌଶିକ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ବାଙ୍କୀ ମହୋତ୍ସବ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ସେହିପରି ସବିତା ପଟ୍ଟନାୟକଙ୍କ କବିତା ପୁସ୍ତକ ତୀତିକ୍ଷା, ପବନୀ ଜେନାଙ୍କର ବର୍ଣ୍ଣେ ବର୍ଣ୍ଣେ ଶ୍ରୀ ଜଗନ୍ନାଥ ଓ ପଞ୍ଚଶ୍ୟା ପାଞ୍ଚାଳୀ, ବସନ୍ତ ସାହୁଙ୍କର ଶଙ୍ଖନାଦ ଓ ରାମଚନ୍ଦ୍ର ବେହେରାଙ୍କର ଆଦ୍ୟଧାମ ଓ ମହିମା ଧର୍ମ ପୁସ୍ତକର ଶୁଭ ଉନ୍ମୋଚନ ହୋଇଥିଲା । ମଞ୍ଚରେ ଫୁଟୁବଲ ପ୍ରତିଯୋଗିତାରେ ଗୋଠପୁର ମା ମଙ୍ଗଳା କ୍ଲବ ଓ ପଣ୍ଡାଳମ ମା ମଙ୍ଗଳା କ୍ଲବକୁ ଯୁଗ୍ମ ଚମ୍ପିଆନ ଭାବରେ ପୁରସ୍କୃତ କରାଯାଇଛି । ସେହିପରି ଭଲିବଲରେ ପଦନପୁର ଓ ରାମଚନ୍ଦ୍ରପୁର ଦଳକୁ ପୁରସ୍କୃତ କରାଯାଇଛି । କବାଡି ପ୍ରତିଯୋଗିତାରେ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠ ବାଆଁରା ୧ମ ଏବଂ କଳାପଥର ଧଳାପଥର ହାଇସ୍କୁଲକୁ ୨ୟ ପୁରସ୍କାର ପ୍ରଦାନ କରାଯାଇଛି । ବାଙ୍କୀ ପ୍ରଶାସନ ଏକାଦଶ ଏବଂ ବାଙ୍କୀ ମହୋତ୍ସବ କମିଟିକୁ ବନ୍ଧୁତ୍ୱପୂର୍ଣ୍ଣ ଫୁଟୁବଲ ମ୍ୟାଚ ପାଇଁ ୧ମ ଓ ୨ୟ ପୁରସ୍କାର ଯଥାକ୍ରମେ ପ୍ରଦାନ କରାଯାଇଛି । ଆଜି ସଭା କାର୍ଯ୍ୟକ୍ରମର ପୂର୍ବରୁ ଅପରାହ୍ନ ୪ଟାରେ ନିମାବାବାଙ୍କ ଭକ୍ତ ସମ୍ମିଳନୀ ତଥା ଭାଗବତ ପରିବେଷଣ, ମକୁନ୍ଦପୁର ଗ୍ରାମର ବସନ୍ତ ରାସ, ଖଏରପଙ୍ଗା ଓ ଢଁସର ଗ୍ରାମର ଖଞ୍ଜଣୀ ଭଜନ, ପଳାଶୁଣୀ ଗ୍ରାମର ମହିଳା ଭାଗବତ, ବ୍ରହ୍ମପୁରା ଗ୍ରାମର ନୃତ୍ୟାନୁଷ୍ଠାନର ବିବିଧ ନୃତ୍ୟ, ନରସିଂହପୁରର ନୃତ୍ୟଭାରତୀ ଅନୁଷ୍ଠାନର ଘଣ୍ଟପାଟୁଆ ଲୋକନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା। ପରେ ପରେ ବିଶେଷ ସାଂସ୍କୃତି ଓ ଆଧ୍ୟାତ୍ମିକ ବାର୍ତ୍ତା ମହିମା ଧର୍ମ ସାଧୁ ସନ୍ଥଙ୍କ ଦ୍ୱାରା ଧର୍ମ ସମ୍ମିଳନୀ ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ବିଶେଷ ଆକର୍ଷଣ ହୋଇଛି । ସଭାକାର୍ଯ୍ୟ ପରେ ପରେ ଖୋର୍ଦ୍ଧାର ଘୋଡା ନାଚ, ମୟୁରଭଞ୍ଜର ଛଉ ନୃତ୍ୟ, ମେଲୋଡି ସାଇ ସଙ୍ଗମ ମହୋତ୍ସବ ପ୍ରେମୀ ଯୁବ ପିଢୀଙ୍କୁ ଆକୃଷ୍ଟ କରିଛି । ଆଧୁନିକ ସାଜସଜା, ଆଲୋକୀକରଣ ଓ ଆଧୁନିକ ଜୀବନ ଶୈଳୀ ମଧ୍ୟରେ ଆଧ୍ୟାତ୍ମିକବାଦର ସ୍ୱର ସ୍ୱରୂପ ଚଳିତ ବର୍ଷ ପ୍ରଥମ କରି ମହୋତ୍ସବ ମଣ୍ଡପରେ ବାଙ୍କୀ ମାଳବିହାରପୁର ଗ୍ରାମରେ ସ୍ଥାପିତ ଆଦ୍ୟଧାମ ମହିମା ଧର୍ମର ସାଧୁସନ୍ଥ ମାନଙ୍କର ମହୋତ୍ସବ ମଣ୍ଡପରରେ ଉପସ୍ଥିତି ଓ ସନ୍ଥ କବି ଭୀମଭୋଇଙ୍କ ବାଣୀକୁ ପ୍ରଚାର କରିବାର ତେଜସ୍ୱୀ ଆହ୍ୱାନକୁ ବହୁ ବୁଦ୍ଦିଜିବୀ, ବରିଷ୍ଠ ନାଗରିକ ଓ ଜନସାଧାରଣ ମାନେ ଧନ୍ୟବାଦ ଜଣାଇଛନ୍ତି । ସାଧାରଣ ସମ୍ପାଦକଙ୍କ ପ୍ରେଚେଷ୍ଟା,ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ଖଟୁଆ, ଗତିକୃଷ୍ଣ ସ୍ୱାଇଁ, ଭରତ ବେହେରା, ପ୍ରକାଶ ବେଉରା, ଅନନ୍ତ ଚରଣ ଦାସ, ଶିକ୍ଷାବିତ୍ ପ୍ରଦୀପ କୁମାର ବେଉରା ଓ ସଦାଶିବ ଦାସଙ୍କ ସହଯୋଗ ବାଙ୍କୀ ମହୋତ୍ସବର ମହିମା ଧର୍ମର ସାଧୁ ସନ୍ଥଙ୍କ ସମାବେଶକୁ ଦ୍ୱିଗୁଣିତ କରିଛି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories