www.samajalive.in
Sunday, December 14, 2025
18.1 C
Bhubaneswar

କୃଷି ଜିଲାସ୍ତରୀୟ କୃଷକ ମେଳା

ବାଙ୍କୀ: କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ଆଖୁ ଫାର୍ମ ପରିସରରେ ବୁଧବାର କୃଷି ଜିଲାସ୍ତରୀୟ କୃଷକ ମେଳା ଏବଂ କୃଷକ-ବୈଜ୍ଞାନିକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷକ ମେଳାର ଶୁଭ ଉଦଘାଟନ କରିଥିଲେ। ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଗୀତାରାଣୀ ନନ୍ଦ କୃଷକ ମେଳାର ଉଦ୍ଦେଶ୍ୟ ବିଷୟରେ କହିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ରଂଜନ କୁମାର ଜେନା, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ, ଜିଲ୍ଲାପରିଷଦ ସଦସ୍ୟ ତଥା ଜିଲ୍ଲାପରିଷଦ କୃଷି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଆଶିଷ କୁମାର ସାହୁ, ଜିଲ୍ଲାପରିଷଦ ସଂଜୟ କୁମାର ପାତ୍ର, ରଶ୍ମିରେଖା ପଣ୍ଡା, ମୀନତି ମହାପାତ୍ର, ରଶ୍ମିତା ସାହୁ, ବାଙ୍କୀ ବ୍ଲକ ଆତ୍ମା ଅଧ୍ୟକ୍ଷ ନିରଂଜନ ପଣ୍ଡା, ଡମପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ସଂଜୟ କୁମାର ମହାରଣା ପ୍ରମୁଖ ଯୋଗଦେଇ କୃଷକର ଉନ୍ନତି ପାଇଁ ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ଉନ୍ନତ ମାନର ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣା ସଭା ପୂର୍ବରୁ କୃଷି ବୈଜ୍ଞାନିକ ସୁଜତା ସେଠୀ, ଡାକ୍ତର ଦିଲ୍ଲିପ ରଂଜନ ଷଡଙ୍ଗୀ, ତୁଷାର ରଂଜନ ସାହୁ, ଦେବାଶିଷ ଜେନା ଓ ସରତ କୁମାର ତୋଷ ପ୍ରମୁଖ ଉପସ୍ଥିତ ଚାଷୀମାନଙ୍କ ସହିତ କୃଷକ ଓ ବୈଜ୍ଞାନିକ ମତ ବିନିମୟ କରିଥିଲେ। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଜୈବିକ ସାରର ପ୍ରୟୋଗ ଓ ଫସଲରେ ଲାଗୁଥିବା ବିଭିନ୍ନ ରୋଗ ପୋକର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ବନ୍ୟା ପରବର୍ତ୍ତୀ ବିରି ଫସଲରେ ପୋଲବଣା ପୋକ କାୟା ବିସ୍ତାର କରି ଫସଲ ନଷ୍ଟ କରୁଥିବାରୁ ସେ ସମ୍ପର୍କରେ ଚାଷୀମାନେ ପ୍ରଶ୍ନ ପଚାରି ପୋକ ବଂଶ ବୃଦ୍ଧିର କାରଣ ଓ ତାର ପ୍ରଭାବ ସମ୍ପର୍କରେ ପ୍ରଶ୍ନ ପଚାରି ନିରାକାରଣ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଗ୍ରଣୀ କୃଷକ ପ୍ରସନ୍ନ କୁମାର ରାଉତରାୟ, ଗୁରୁବାରୀ ମୁଦୁଲୀ, ଟଙ୍କଧର ମନ୍ତ୍ରୀ ପ୍ରମୁଖଙ୍କୁ ଅଗ୍ରଣୀ କୃଷକ ଭାବରେ ପ୍ରମାଣପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ସେହିପରି ମିଶନ ଶକ୍ତି ଜରିଆରେ କଦଳୀବାଡିର ସୁକନ୍ୟା ମହିଳା ମିଶନ ଶକ୍ତି, ପୁଁଇଚା ଗ୍ରାମର ନୀଳମାଧବ ଆଦିବାସୀ ମହିଳା ଗୋଷ୍ଠୀ, ବଳଭଦ୍ରପୁରର ମା’ ମହାମାୟୀ ମହିଳା ଗୋଷ୍ଠୀ, ମା ରୁଦ୍ରାଣୀ ମହିଳା ଗୋଷ୍ଠୀ, ମା’ ଚର୍ଚ୍ଚିକା ମହିଳା ଗୋଷ୍ଠୀ ଓ ଶୁଭ ସନ୍ଧ୍ୟା ମହିଳା ଗୋଷ୍ଠୀକୁ ପ୍ରୋତ୍ସାହନ ରାଶି ପୂର୍ବକ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶେଷରେ ସହକାରୀ କୃଷି ନିର୍ଦ୍ଦେଶକ ବିଶ୍ୱନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସହକାରୀ କୃଷି ଅଧିକାରୀ ବିପି ରୋଜାଲିନି, ସ୍ୱାଗତିକା ପଟ୍ଟନାୟକ, ପ୍ରଜ୍ଞାପରମିତା, ସୌମ୍ୟରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡର ସମସ୍ତ ପଞ୍ଚାୟତ ଓ ବାଙ୍କୀ ଏନଏସିର ଅଗ୍ରଣୀ କୃଷକମାନଙ୍କ ସହିତ କୃଷକ ସାଥୀ, କୃଷି ମିତ୍ର ଓ କୃଷି ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories