www.samajalive.in
Sunday, December 14, 2025
26.1 C
Bhubaneswar

ଧାମନଗରରେ ବହୁଛି ଉପନିର୍ବାଚନ ତାତି; ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି  

ଧାମନଗର: ଧାମନଗରରେ ବହୁଛି ଉପନିର୍ବାଚନ ତାତି । ବିଧାନସଭା ଚୌକି ପାଇଁ ଚାଲିଛି କସରତ । ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଜି ବିଜେଡି ଘୋଷଣା କରିପାରେ ଧାମନଗର ପାଇଁ ନୂଆ ମୁହଁ ।

ଉପନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଧାମନଗର ରାଜରାସ୍ତାରେ ଜମୁଛି ସେତିକି ଭିଡ଼ । ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବରେ ନାମାଙ୍କନ ଭରିଛନ୍ତି ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ସୂର୍ଯ୍ୟବଂଶୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

- Advertisement -

ନିୟମ ଅନୁଯାୟୀ ଭଦ୍ରକ ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ସେପଟେ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । କଂଗ୍ରେସରୁ ବାବା ସେଠୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ମଧ୍ୟ ଆଜି ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ବିଜେଡି ପକ୍ଷରୁ ଧାମନଗରରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ଜରିଆରେ ବିଜେଡି ତାର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି । କାରଣ ଅତୀତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଧାମନଗରେ ବିଜେଡି ପରାଜୟର ସମ୍ମୁଖିନ ହୋଇଛି । ହେଲେ ଏହି ଉପନିର୍ବାଚନରେ ଧାମନଗରରେ ବିଜେଡି ପୁଣି ନୂଆ ମୁହଁ ଦେବା ନେଇ ଚର୍ଚ୍ଚା ହେଉଛି । ଯାହାକି ବିଜୁ ଜନତା ଦଳ ପାଇଁ ଆଉ ଏକ ଚ୍ୟାଲେଞ୍ଜ ଛିଡ଼ା କରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories