www.samajalive.in
Saturday, December 13, 2025
26.1 C
Bhubaneswar

୭ ଦିନ ମଧ୍ୟରେ ନାହିଁ ବାତ୍ୟା ଭୟ , ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର- ଆସନ୍ତା ୭ ଦିନ ମଧ୍ୟରେ ଓଡିଶାରେ ବାତ୍ୟା ଭୟ ନ ଥିବା କଥା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଟ୍ରିଡ୍‌ବିଟ୍‌ସ୍‌.କମ୍‌ ତଥା କାନାଡାର ସସ୍କାଚୁଆଲ୍‌ ୟୁନିଭରସିଟିର ପାଣିପାଗ ମଡେଲ୍‌ ଅନୁସାରେ ଅକ୍ଟୋବର ମାସ ତୃତୀୟ ସପ୍ତାହରେ ବାତ୍ୟା ସମ୍ଭାବନା ଥିବା ସୂଚନା ଦିଆଯାଇଥିଲା । ମାତ୍ର ଭାରତୀୟ ପାଣିପାଗ ବିଭାଗ ୭ ଦିନ ପୂର୍ବରୁ ପାଣିପାଗ ବିଷୟରେ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।

ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦେଶକ ଏଚ୍.ଆର.ବିଶ୍ୱାସ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ସରକାରଙ୍କୁ ଅବଗତ କରିଛନ୍ତି। ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଥିବାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ ଆସନ୍ତା ୧୭ ତାରିଖ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ଅନୁମାନ କରାଯାଉଥିବାବେଳେ ଏହାର ପ୍ରଭାବରେ ୨୨ ରୁ ୨୩ ମଧ୍ୟରେ ବାତ୍ୟା ଆଶଙ୍କା ରହିଥିବା ଆମେରିକାର ଟ୍ରିଡ୍‌ବିଟ୍‌ସ୍‌.କମ୍‌ ଆକଳନ କରିଛି। ସଂସ୍ଥାର ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯେଉଁଥିରେ ଓଡ଼ିଶା ପ୍ରଭାବିତ ହେବ। କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କିଛି ସ୍ପଷ୍ଟ କରିନାହିଁ। ଲଘୁଚାପ କେତେଦୂର ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେତେ ଶକ୍ତିଶାଳୀ ହେବ ସେ ନେଇ ସପ୍ତାହେ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସୋମବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତ ସହ ବର୍ଷା ହୋଇଛି।

ଓଡ଼ିଶାରେ ଅକ୍ଟୋବରରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ଆସିଥାଏ। ତେଣୁ ଏହି ବାତ୍ୟାଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି। ସୋମବାର ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories