www.samajalive.in
Saturday, December 6, 2025
19.1 C
Bhubaneswar

ମିଗ୍‌‌ ୨୯ -କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ବୁଧବାର ଗୋଆରେ ନୌସେନାର ମିଗ୍‌‌ ୨୯ -କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟମିତ ଉଡାଣ ବେଳେ ସମୁଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ଯୁଦ୍ଧ ବିମାନ। ଯାନ୍ତ୍ରିତ ତ୍ରୁଟି କାରଣରୁ ମିଗ୍‌‌ ୨୯-କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ପାଇଲଟ ବିମାନରୁ  ବାହାରିବାରେ ସକ୍ଷମ ହୋଇଥିବା କାରଣରୁ ସେ ସୁରକ୍ଷିତ ଥିବା ନେଇ ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ,  ଜୁଲାଇ ୨୯ରେ ରାଜସ୍ଥାନର ବାରମେରରେ ବାୟୁ ସେନାର ମିଗ୍‍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟ୍  ଶହୀଦ୍‍ ହୋଇଥିଲେ। ମିଗ୍ ଖସିଯିବା ମାତ୍ରେ ନିଆଁ ଲାଗିଗଲା ଏବଂ ଏହା ଜଳିବା ଆରମ୍ଭ ହୋଇଥିଲା।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories