www.samajalive.in
Saturday, December 13, 2025
14.1 C
Bhubaneswar

ଖଣ୍ଡୁଆଳ ମହୋତ୍ସବ ୨୦୨୨ ଅନୁଷ୍ଠିତ

କଲମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଠାରେ ଖଣ୍ଡୁଆଳ ବାବାଙ୍କ ପବିତ୍ର ଦଶହରା ଉତ୍ସବ ଅବସରରେ ଖଣ୍ଡୁଆଳ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି। ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ବାବା ଖଣ୍ଡୁଆଳଙ୍କ ଏହି ପୀଠରେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଅଶ୍ନିନ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ଦଶହରା ପୂଜା ଅନୁଷ୍ଠିତ ହୋଇଥାଏ। କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ କଟକଣା ଯୋଗୁଁ ଫିକା ପଡିଥିଲା। ନିରାଡମ୍ବର ଭାବେ ଏହି ପୀଠରେ ପୂଜାର୍ଚ୍ଚନା ହୋଇଥିଲା। ପରେ ସ୍ବାଭାବିକ ଜୀବନଯାପନ ମଧ୍ୟରେ ଚଳିତ ବର୍ଷ ଏହି ଉତ୍ସବ ହର୍ଷୋଲ୍ଲାସର ସହିତ ପାଳନ ହୋଇଥିବା ଦେଖିବାକୁ ମିଳିଛି।

ସକାଳୁ ଖଣ୍ଡୁଆଳ ବାବାଙ୍କ ପୀଠରେ ପୂଜାର୍ଚ୍ଚନା ହେବା ସହିତ ମାନସିକଧାରୀ ମାନେ ବିଭିନ୍ନ ବୋଦା ବଳି ଦେଇଥିଲେ। ସଂଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ମହୋତ୍ସବର ଆୟୋଜକ ମୁଖ୍ୟ ଗୋବିନ୍ଦ ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଏବଂ ସମାଜସେବା ଯୋଗାଉଥିବା ବିଶିଷ୍ଟ ସ୍ବାସ୍ଥ୍ୟ କର୍ମୀ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିଭଳି ବିରିକୋଟ ଠାରେ ମଧ୍ୟ ମହାସମାରୋହରେ ଦଶହରା ପର୍ବ ପାଳନ କରାଯାଇଛି।

- Advertisement -

କଲମପୁର ବ୍ଲକ ଅନ୍ତର୍ଗତ ଗୁମାବାହାଲ ଠାରେ ମାଁ ଭଣ୍ଡାର ଘରଣୀ ଦେବୀ ଓ କର୍ମେଲ ଗ୍ରାମ ଠାରେ ଦେବୀ କର୍ମଲେନ ବୁଢୀ ଙ୍କ ଦଶହରା ପର୍ବ ମହା ସମାରୋହର ସହିତ ପାଳିତ ହେଇଯାଇଛି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ କୁମାର ପୂର୍ଣ୍ଣମୀ ଦିନ ହିଁ ଉଭୟ ଭଣ୍ଡାର ଘରଣୀ ଓ କର୍ମଲେନ ବୁଢୀଙ୍କ ଦଶହରା ପର୍ବ ପାଳନ କରାଯାଏ। ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ପର୍ବ ପାଳନ ପ୍ରଭାବିତ ହେଇଥିଲା। ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ଦଶହରା ପର୍ବ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ବହୁ ମାନସୀକଧାରୀ ନିଜ ନିଜର ମାନସିକ ପୂର୍ଣ୍ଣ ହେତୁ ବିଭିନ୍ନ ବଳୀ ଦେଇଥିଲେ। କର୍ମଲେନ ବୁଢୀ ଙ୍କ ପ୍ରତୀକ ଲାଠି ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories