www.samajalive.in
Saturday, December 13, 2025
26.1 C
Bhubaneswar

ସାପ କାମୁଡ଼ାରେ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମରେ ସୋମବାର ରାତିରେ ଏକ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଗ୍ରାମର ବୈକୁଣ୍ଠ ଦେହୁରୀଙ୍କ ପୁଅ ବୁଲାରୀ (୪୫) l ବୁଲାରୀ ସୋମବାର ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା l ହେଲେ ବୁଲାରୀ ଏହା ଜାଣି ନପାରି ପୁଣି ଶୋଇ ପଡ଼ିଥିଲେ l ଶୋଇବାର କିଛି ସମୟ ପରେ ମୁଣ୍ଡ ବୁଲାଇବାରୁ ପରିବାର ଲୋକେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଅବସ୍ଥା ଗୁରୁତର ହେବରୁ ଜିଲ୍ଲା ମୁଖ୍ୟ ଡକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ବୁଲାରୀଙ୍କର ମୃତ୍ୟୁ ହୋଇଛି l ଗୁରୁତର ବୁଲାରୀଙ୍କୁ ସାପ କାମୁଡି ଥିବାର ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି l ଖବର ପାଇ ପୁଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି l ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories