କ୍ୟାନ୍ସର ଭଲ କରୁଛି ଜଡ଼ିବୁଟି; ବୈଦ୍ୟ ପବିତ୍ରଙ୍କ ଚିକିତ୍ସା ଦେଉଛି ନୂଆ ଜୀବନ, ଦେଖନ୍ତୁ ଭିଡିଓ
ନର୍ଲା: ମାନବ ସେବାରେ ନିଆରା ମଣିଷ । ମାଗଣାରେ ଲୋକଙ୍କ କରୁଛନ୍ତି ଚିକିତ୍ସା । ଔଷଧ ନୁହେଁ ଜଡିବୁଟିରେ ମିଳୁଛି ଉପଶମ । ଭଲ ହେଉଛି କ୍ୟାନସର ପରି ମାରାତ୍ମକ ରୋଗ ।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅଧିନରେ ରହିଛି ଟୋଲବ୍ରାହ୍ମଣୀ ଗାଁ । ଯାହାକି ନର୍ଲା ଠାରୁ ମାତ୍ର ୧୬ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ମାନବ ସେବା ହିଁ ମାଧବ ସେବା । ଆଉ ଏଠାରେ ସେହି ମାନବ ରୂପି ମାଧବଙ୍କୁ ସେବା ହିଁ କରାଯାଉଛି । ନିଶୁକ୍ଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ବୈଦ୍ୟ ପବିତ୍ର ଶବର । ଜଡ଼ିବୁଟି ସାହାଯ୍ୟରେ ମଧୁମେହ, ଯକୃତ, ବାତ ଓ ପ୍ରାଣଘାତକ କର୍କଟ ରୋଗ ଭଳି ରୋଗର ଚିକିତ୍ସା କରୁଛନ୍ତି ପବିତ୍ର ।
ମାତା ଇନ୍ଦୁମତି ଶବର ଓ ପିତା ଜୟ ଶବରଙ୍କ ସୁପୁତ୍ର ହେଉଛନ୍ତି ଏହି ଅସହାୟ ମଣିଷ । ଯେ କି, ବିଗତ ୨୦ ବର୍ଷ ଧରି ଆୟୁର୍ବେଦିକ ଜଡିବୁଟି ସାହାଯ୍ୟରେ ଲୋକଙ୍କୁ ମାଗଣାରେ ଚିକିତ୍ସା କରିଆସୁଛନ୍ତି । ପ୍ରଥମେ ଜେଜେବାପା ଓ ପରେ ପବିତ୍ରଙ୍କ ବାପା ଲୋକଙ୍କୁ ଏହି ସେବା ଯୋଗାଇ ଆସୁଥିଲେ । ଆଉ ବର୍ତ୍ତମାନ ବୈଦ୍ୟ ପବିତ୍ର ସେହି ଚିକିତ୍ସା ପଦ୍ଧତିକୁ ଆଗକୁ ନେଉଛନ୍ତି ।
ଆଧୁନିକ ଚିକିତ୍ସା ପ୍ରଣାଳୀକୁ ପଛରେ ପକାଇ ରୋଗୀଙ୍କୁ ସୁସ୍ଥ କରୁଛନ୍ତି ବୈଦ୍ୟ ପବିତ୍ର । ସକାଳରୁ ସଂଧ୍ୟା ଯାଏଁ ନିଜକୁ ରୋଗୀଙ୍କ ସେବାରେ ନିୟୋଜିତ କରୁଛନ୍ତି । ଟିକିଏ ଉତ୍ତମ ଚିକିତ୍ସା ପାଇଁ ସମ୍ବଲପୁର, କୋରାପୁଟ, ଟାଟା, ବିଶାଖାପାଟଣା, ବଲାଙ୍ଗୀର ଭଳି ଅଞ୍ଚଳରୁ ଏଠାକୁ ରୋଗୀ ମାନେ ଆସୁଛନ୍ତି । ଆଉ ସୁସ୍ଥ ମଧ୍ୟ ହେଉଛନ୍ତି ।
ଏଥିପାଇଁ ଶତାଧିକ ଅନୁଷ୍ଠାନରୁ ପବିତ୍ରଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ମଧ୍ୟ ମିଳିଛି । ମହିମା ଦୀକ୍ଷାରେ ଦିକ୍ଷିତ ପବିତ୍ରଙ୍କ ହୃଦୟ ମାନବ ସମାଜ ପାଇଁ ମୁକ୍ତ ଓ ପବିତ୍ର ପାଲଟିଛି । ଗ୍ରାମବାସୀଙ୍କ ସହଯୋଗରେ ନିଜ ମାଟିରେ ନିର୍ମାଣ କରିଛନ୍ତି ମହିମା ଆଶ୍ରମ ଓ ମନ୍ଦିର । ଆଦିବାସୀ ଶବର କୂଳରେ ଜନ୍ମିତ ଏଇ ଆଦର୍ଶ ପୁରୁଷ ମାନବ ଜାତି ପାଇଁ ଏକ ଉଦାହରଣ ପାଲଟିଛନ୍ତି ।
Comments are closed.