www.samajalive.in
Friday, December 12, 2025
15.1 C
Bhubaneswar

ବାଙ୍କୀ ମହୋତ୍ସବ ଅବସରରେ କବିତା ପାଠୋତ୍ସବ

ବାଙ୍କୀ : ସୋମବାର ଦିନ ମହୋତ୍ସବ ମଣ୍ଡପ ପରିସରରେ ବାଙ୍କୀ ମହୋତ୍ସବ କମିଟି ପରିଚାଳନାରେ ଏକ ମନୋଜ୍ଞ ସାରସ୍ୱତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବରେ ବାଙ୍କୀ ତଥା ବାଙ୍କୀର ପଡୋଶୀ ଅଞ୍ଚଳରୁ ୭୦ରୁ ଅଧିକ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଇଂ ସତ୍ୟବ୍ରତ ରଥଙ୍କ ସଭାପତିତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କବି ନାରାୟଣ ପାତ୍ର, ପାରିଷଦ ସନାତନ ବେହେରା, ମହୋତ୍ସବ କମିଟି ସମ୍ପାଦକ ଡଃ ଗଣେଶ୍ୱର ସ୍ୱାଇଁ, ବାଙ୍କୀ ଏନଏସି ଉପାଧ୍ୟକ୍ଷ ଓକିଲ ସନ୍ତୋଷ ରଣା, କବି କୌଶିକ ନାୟକ ଓ ସୌମେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । କବିତା ଏକ ଆନନ୍ଦର ଉଚ୍ଚ୍ୱାସ ଏବଂ ସମାଜର ମଙ୍ଗଳ ପାଇଁ କବିର କଲମ ସତତ ଚାଲିଥାଏ ବୋଲି ବକ୍ତା ମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । କବି ରବିନାରାୟଣ ମଙ୍ଗରାଜ ଏବଂ କବୟିତ୍ରୀ ଅମୂଲ୍ୟବାଳା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କବିତା ଉତ୍ସବରେ କବି ମନ୍ମଥ ସ୍ୱାଇଁ ଏବଂ କବି ନରୋତ୍ତମ ବେହେରା କବିତା ଆସର ସଞ୍ଜୋଜନା କରିଥିଲେ । ଅତିଥି ମାନଙ୍କ ଦ୍ୱାରା କବି ଗଙ୍ଗାଧର ଓଝାଙ୍କର କବିତା ପୁସ୍ତକ କାଳିଆ ମହିମା ଉନ୍ମୋଚିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories