www.samajalive.in
Friday, December 12, 2025
15.1 C
Bhubaneswar

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ମାନସିକ ଦିବସ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ଏହି ଅବସରରେ ଜନଜାଗରଣ ସୃଷ୍ଟି ପାଇଁ ସାଇକେଲ ଚଲାଇ ଜନସଚେତନ ପଦଯାତ୍ରାର ଶୁଭ ଉଦଘାଟନ କରି ନିଜେ ପ୍ରଚାରରେ ବାହାରିଥିଲେ। ସାଇକେଲ ଶୋଭାଯାତ୍ରା ସୁବଣର୍ଣ୍ଣପୁର ଗ୍ରାମ ପରିକ୍ରମା କରିଥିଲେ । ସ୍ଥାନୀୟ ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଏନସିସି ଛାତ୍ର ମାନେ ପ୍ଲାକ କାର୍ଡ ଓ ବ୍ୟାନର ଧରି ପ୍ରଚାର କରିଥିଲେ । ସୁସ୍ଥ ସମାଜରେ ସୁସ୍ଥ ଭାବରେ ଜୀବନ ଯାପନ ପାଇଁ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା, ସ୍ୱାସ୍ଥ୍ୟକର ଖାଦ୍ୟ ନିୟମିତ ଖାଇବା, ନିୟମିତ ଶାରୀରିକ ପରିଶ୍ରମ କରିବା, ମାନସିକ ଚାପରୁ ନିଜକୁ ନିବୃତ୍ତ ରଖିବା, ନିୟମିତ ଯୋଗ ଓ ବ୍ୟାୟାମ କରିବା, ସକାରତ୍ମକ କଥା ଚିନ୍ତା କରିବା, ଦୈନିକ ୬ ରୁ ୮ଘଣ୍ଟା ସୁନିଦ୍ରା ଯିବାପାଇଁ ସ୍ଲୋଗାନ ଦେଇ ପଦଯାତ୍ରା କରାଯାଇଥିଲା। ପରେ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ଦିବସର ଅନୁଚିନ୍ତା ଏବଂ ସ୍ୱାସ୍ଥ୍ୟକର୍ମୀ ଓ ଆଶା ମାନଙ୍କର ଗୁରୁ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଛି। ଡାକ୍ତର ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳାଇ, ବିପିଏମ ସଂଗୀତା ଦାଶ, ବାମ୍ ଆଶିଷ ବିଭୁତିରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories