www.samajalive.in
Saturday, December 13, 2025
26.1 C
Bhubaneswar

ମିଶନ କାଶ୍ମୀର

ନାଗପୁର : ସ୍ୱାମୀ ଭାରତୀୟ ସେନାବାହିନୀରେ ଦୀର୍ଘବର୍ଷ କାର୍ଯ୍ୟକରି ଦୁଇ ଦୁଇଥର ଯୁଦ୍ଧ ଲଢି ଦେଶକୁ ସୁରକ୍ଷା ଦେଇଥିଲେ। ଏବେ ସ୍ତ୍ରୀ ମଧ୍ୟ ଦେଶସେବାରେ ନିଜକୁ ସମର୍ପିତ କରିଛନ୍ତି। ଭାରତୀୟ ସେନାଙ୍କୁ ସୁସ୍ଥ ରହିବା ଏବଂ ଦେଶପାଇଁ ଲଢିବାର ମନୋବଳ ଯୋଗାଉଛନ୍ତି ଏହି ୭୮ ବର୍ଷ ବୟସ୍କା ମହିଳା ପଦ୍ମିନୀ। ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କ ଭିତରେ ଯେଉଁ ‘ମିଶନ କାଶ୍ମୀର’ ମୁଣ୍ଡ ଟେକିଥିଲା ଆଜି ତାହା ସାକାର ହୋଇଛି। ଜମ୍ମୁ କାଶ୍ମୀରରେ ୧୨,୩୦୦ ଫୁଟ ଉଚ୍ଚତାରେ ସେ ସୈନ୍ୟମାନଙ୍କୁ ପ୍ରାଣାୟାମ ଶିକ୍ଷା ଦେଉଛନ୍ତି। ନାଗପୁରର ବାସିନ୍ଦା ଏହି ମହିଳା ଜଣେ ଯୋଗ ବିଶାରଦ। ଇତିମଧ୍ୟରେ ତାଙ୍କଠାରୁ ଜମ୍ମୁ କାଶ୍ମୀରର ୧୧ଟି ଫରୱାର୍ଡ ପୋଷ୍ଟରେ ୧୬୦୦ରୁ ଅଧିକ ଜବାନ ଯୋଗ ଓ ପ୍ରାଣାୟାମ ତାଲିମ ନେଇସାରିଲେଣି। ଦଶନ୍ଧି ଦଶନ୍ଧି ଧରି ସେ ମାଗଣାରେ ଏହି ଶିକ୍ଷା ଦେଇଆସୁଛନ୍ତି।
ପଦ୍ମିନୀଙ୍କ ସ୍ୱାମୀ କର୍ଣ୍ଣେଲ ପ୍ରତାପ ଯୋଗ୍‍ ୧୯୬୫ ଏବଂ ୧୯୭୧ରେ ଉକ୍ତ ଅଞ୍ଚଳରେ ଭାରତ ପାଇଁ ଯୁଦ୍ଧ ଲଢିଥିଲେ। ସେହି ଅଞ୍ଚଳଗୁଡିକ କିଭଳି ସେ ପରିଦର୍ଶନ କରିବେ ତାହା ପଦ୍ମିନୀଙ୍କ ଜୀବନର ଲକ୍ଷ୍ୟଥିଲା। ସେ ଜଣେ ଯୋଗ ବିଶାରଦ ହୋଇଥିବାରୁ ସେଠାରେ ଭାରତୀୟ ସୈନ୍ୟଙ୍କୁ ଯୋଗ ଓ ପ୍ରାଣାୟାମ ତାଲିମ ଦେବାକୁ ମଧ୍ୟ ମନସ୍ଥ କରିଥିଲେ। ପଦ୍ମିନୀ ନାଗପୁରସ୍ଥିତ ଜନାର୍ଦ୍ଦନସ୍ୱାମୀ ଯୋଗଭ୍ୟାସୀ ମଣ୍ଡଳୀରେ ୧୯୮୦ ଦଶକରେ ଯୋଗ ତାଲିମ ନେଇଥିଲେ। ତାହାପରେ ସେ ଓ ତାଙ୍କ ସ୍ୱାମୀ ଯୋଗଗୁରୁ ରାମଦେବଙ୍କ ନିକଟରେ ୨୦୦୫ରେ ହରିଦ୍ୱାର ଠାରେ ଯୋଗ ସମ୍ପର୍କରେ ଅଧିକ ତାଲିମ ହାସଲ କରିଥିଲେ। ତାହାପରେ ସେ ସେନା ସ୍କୁଲ, ଆସୋସିଏସନ୍‍ ଏବଂ ସୋସାଇଟିଗୁଡିକ ନିମନ୍ତେ ମାଗଣାରେ ଯୋଗ ଶିବିର ଆୟୋଜନ ଆରମ୍ଭ କରିଥିଲେ। କଲୋନେଲ୍‍ ଯୋଗ୍‍ଙ୍କର ୨୦୧୪ରେ ପରଲୋକ ଘଟିବା ପୂର୍ବରୁ ଦୁହେଁ ମିଶି ୫୬୨ ଯୋଗ ଶିବିର ଆୟୋଜନ କରିସାରିଥିଲେ। ସ୍ୱାମୀଙ୍କ ବିୟୋଗ ପରେ ପଦ୍ମିନୀ ନିଜର ଯୋଗ ତାଲିମ ଜାରି ରଖିବାକୁ ସ୍ଥିର କରିଥିଲେ ଏବଂ ଇତିମଧ୍ୟରେ ତାଙ୍କ ଶିବିର ସଂଖ୍ୟା ୯୫୦କୁ ଅତିକ୍ରମ କରିସାରିଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ସୈନ୍ୟମାନଙ୍କ ପାଇଁ ଏହା ବିଶେଷ ସହାୟକ ହେଉଥିବା ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories