www.samajalive.in
Friday, December 12, 2025
16.1 C
Bhubaneswar

ଉତ୍କଳମଣିଙ୍କ ଜୟନ୍ତୀରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ବଡ଼ମ୍ବା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଅବସରରେ ସ୍ୱାଭିମାନ ମଞ୍ଚ,ବଡ଼ମ୍ବା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଡ଼ମ୍ବା ହାଟବଜାର ନିକଟସ୍ଥ ଆଡ଼ିଆ ମହାଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୫୨ଜଣ ସ୍ୱେଛାକୃତ ରକ୍ତଦାତାଙ୍କଠୁ ଜୀବନ ରକ୍ଷାକାରୀ ରକ୍ତ ସଂଗ୍ରହ କରାଯାଇଥିବା ପ୍ରକାଶ । ମଞ୍ଚର ଆବାହକ ତଥା ପୂର୍ବତନ ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଥୀ ସଦସ୍ୟ ପ୍ରଥମେ ଉତ୍କଳମଣିଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ସମବେତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ପରେ ଜିଲା ରେଡକ୍ରସର ଡ.ଅଭୟକୁମାର ପାତ୍ର ଏବଂ ସାଥୀ ରକ୍ତ ସଂଗ୍ରହରେ ସହାୟତା କରିଥିଲେ । ସେହିଭଳି ଅନୁଷ୍ଠିତ କାର୍ଯ୍ୟକ୍ରମରେ ନରସିଂହପୁରର ସମାଜସେବୀ ସରୋଜକୁମାର ରଣା, ଦିଲ୍ଲିପ କୁମାର ପଣ୍ଡା ପ୍ରମୁଖ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories