www.samajalive.in
Saturday, December 6, 2025
26.1 C
Bhubaneswar

ମାଛଧରା ବୋଟରେ ଅଗ୍ନିକାଣ୍ଡ, ୧୦ ମତ୍ସ୍ୟଜୀବୀ ଉଦ୍ଧାର

ଧାମରା: ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ମାଛଧରା ଟ୍ରଲରରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ଜଳି ଯାଇଛି। ମା’ ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଟ୍ରଲରଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ରରେ ନିଆଁ ଲାଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ନିକଟରେ ଥିବା ଅନ୍ୟ ଟ୍ରଲରର ମତ୍ସ୍ୟଜୀବୀମାନେ ମା’ ପଦ୍ମାବତୀ ଟ୍ରଲରର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ଧାମରା ଦୋଷୀଙ୍ଗା ପଂଚାୟତର ଟ୍ରଲର ମାଲିକ ସମରେଶ ପରିଡାଙ୍କ ଟ୍ରଲର ମା’ ପଦ୍ମାବତୀରେ ୧୦ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ।ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲଟି ଜଳିବାକୁ ଲାଗିଥିଲା। ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ପାଖରେ ମାଛ ଧରୁଥିବା ଅନ୍ୟ ଟ୍ରଲରଗୁଡିକ ଉଦ୍ଧାର କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories