www.samajalive.in
Saturday, December 6, 2025
23.1 C
Bhubaneswar

ଏମିତି ପିଆଜ ଖାଉଥିଲେ ମିଳେ ଅନେକ ଲାଭ

ଅନେକ ଔଷଧୀୟ ଗୁଣରେ ଭରପୁର ପିଆଜ। ମାତ୍ର ଏହାକୁ ସେବନ କରିବାର ସଠିକ ଶୈଳୀ ଜାଣିବା ନିତାନ୍ତ ଜରୁରୀ। ସଠିକ ଉପାୟରେ ଏହାକୁ ଖାଇବା ଦ୍ୱାରା ପାଚନ ସମସ୍ୟା ଠାରୁ ଆରମ୍ଭ କରି ଅନେକ ରୋଗକୁ ଶରୀର ଠାରୁ ଦୂର କରିଥାଏ। ଅଧିକ ରସ ଥିବା ପିଆଜରେ ଅଧିକ ମାତ୍ରାରେ ଭିଟାମିନ୍‍ ରହିଛି। ଏଥିରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଆଇରନ, ମିନେରାଲ୍ସ,ପ୍ରୋଟିନ୍‍, ଫାଇବର ଓ ଆଣ୍ଟି-ଅକ୍ସିଡାଣ୍ଟ ଆଦି ରହିଛି।
ଯେଉଁ ପିଆଜରେ ରସ କମ ଥାଏ, ପ୍ରଥମେ ତାହାକୁ କାଟି କିଛି ସମୟ ପାଣିରେ ପକାଇ ଦିଅନ୍ତୁ। ପରେ ଏଥିରେ ସାମାନ୍ୟ ଲୁଣ ମିଶାଇ ଖାଆନ୍ତୁ।
ଅଧିକ ରସ ଥିବା ପିଆଜ ସେବନ ଦ୍ୱାରା ହୃଦୟ ପାଇଁ ଖୁବ ଉପକାରୀ। ଏହା ଖରାପ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିଥାଏ। ଭଲ କୋଲେଷ୍ଟେରୋଲ୍‍କୁ ବୃଦ୍ଧି କରିଥାଏ। ହୃଦୟ ଜନିତ ରୋଗ ହେବାର ଆଶଙ୍କା କମ୍‍ କରିଥାଏ।
ଏଭଳି ପିଆଜ ସେବନ ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ କରିଥାଏ।
ଅଧିକ ରସ ଥିବା ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫାଇବର ଅଧିକ ମାତ୍ରାରେ ରହିଥାଏ। ଏହା ପାଚନ ପାଇଁ ଖୁବ ଉପକାରୀ। ଏହା କୋଷ୍ଠକାଠିନ୍ୟ ଓ ବଦହଜମି ସମସ୍ୟାକୁ ଦୂର କରିଥାଏ।
ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ, ଫଳରେ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories