www.samajalive.in
Saturday, December 6, 2025
14.1 C
Bhubaneswar

ସଙ୍କଟରେ ଗଜ ବଂଶ; ଆଉ ୨ ହାତୀ ମୃତଦେହ ଠାବ  

କୁଚିଣ୍ଡା: ପୁଣି ଠାବ ହେଲା ହାତୀ ମୃତଦେହ । ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରେ ୨ଟି ହାତୀ ମୃତଦେହ ଠାବ ହୋଇଛି । ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଥିବା ବେଳେ, ଅନ୍ୟ ହାତୀଟି ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ହାତୀ ଦ୍ୱୟଙ୍କ କିପରି ମୃତ୍ୟୁ ହୋଇଛି ତାହାର କାରଣ ଜଣାପଡ଼ିନାହିଁ । ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେବାକୁ ନେଇ ହାତୀଙ୍କ ସୁରକ୍ଷା ଉପ​‌ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories