www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବିଦାୟ ନେଉଛନ୍ତି ମା’ ଜଗତଜନନୀ… ଶହ ଶହ ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କୁ ମେଲାଣି ଦେଉଛି ଧରା… ଭସାଣ ପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା… ପୁଲିସ ହୋଇଛନ୍ତି ମୁତୟନ… ଲୋକଙ୍କ ସୁରକ୍ଷା ପାଇଁ ସଜାଗ ରହିଛି ପ୍ରଶାସନ…

(୨) ସଙ୍କଟରେ ଗଜ ବଂଶ… ପୁଣି ଠାବ ହେଲା ୨ ହାତୀ ମୃତଦେହ… ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଲେ ୨ ମୃତହାତୀ… ଗୋଟିଏ ମାଈ ଓ ଅନ୍ୟଟି ଦନ୍ତା ହୋଇଥିବା ସୂଚନା… ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ… ତଦନ୍ତ କରୁଛି ବନବିଭାଗ…

- Advertisement -

(୩) ଚିନ୍ତା ବଢ଼ାଇଲା ଡବ୍ଲୁଏଚଓର ଚେତାବନୀ… କାଶ ଔଷଧକୁ ନେଇ କଡ଼ା ନିର୍ଦେଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ… କହିଲା, କାଶ ଔଷଧ ଖାଇବା ଯୋଗୁଁ ଗାମ୍ବିଆରେ ଯାଇଛି ୬୬ଜଣ ଶିଶୁଙ୍କ ଜୀବନ… ଘଟଣାର ତଦନ୍ତ କରିବାକୁ ଦିଲ୍ଲୀର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନକୁ ନିର୍ଦ୍ଦେଶ ଦେଲା ଡବ୍ଲୁଏଚଓ…

(୪) କେରଳରେ ଭାଦକାନଚେରୀ ଠାରେ ଭୟଙ୍କର ବସ୍‌ ଦୁର୍ଘଟଣା… ବସ୍‌-ବସ୍‌ ମୁହାମୁହିଁ ଧକ୍କା… ୯ଜଣଙ୍କ ମୃତ୍ୟୁ… ୪୦ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ମୃତକଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ୩ଜଣ ମହିଳା ଥିବା ସୂଚନା… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ…

(୫) ରାଜ୍ୟରେ ଗତ ୩ ଦିନ ହେଲା ୩ ଅଙ୍କ ତଳେ ରହୁଛି କରୋନା ଦୈନିକ ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪୯ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୬ଜଣ ଆକ୍ରାନ୍ତ…  ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୧୭୧ଜଣ… ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ରହିଛି ୮୨୧…

(୬) ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ… ଦୁର୍ବୃତ୍ତଙ୍କ ଗୁଳିରେ ଗଲା ୧୮ଜଣଙ୍କ ଜୀବନ… ୩ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଆହୁରି ଆହତ ହୋଇଥିବା ଅନୁମାନ… ଗୁଳିକାଣ୍ଡର କାରଣ ଅସ୍ପଷ୍ଟ… ଘଟଣାସ୍ଥରେ ତଦନ୍ତ କରୁଛି ପୁଲିସ…

(୭) ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଗଲା ଟିମ୍‌ ଇଣ୍ଡିଆ… ରୋହିତ ଶର୍ମାଙ୍କ ନେତୃତ୍ୱରେ ଗଲା ୧୪ ଜଣିଆ ଟିମ୍‌… ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବିଶ୍ୱକପ୍‌… ବୁମରାଙ୍କ ସ୍ଥାନ କିଏ ନେବ ସେ ନେଇ ଜାରି ରହିଛି ଚର୍ଚ୍ଚା…  ଆସନ୍ତା ସପ୍ତାହରେ ଏନେଇ ହେବ ଘୋଷଣା…  ୨୩ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ…

(୮) ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା… ପ୍ରଭାବରେ ରାଜ୍ୟରେ ଲାଗିରହିଛି ହାଲୁକା ବର୍ଷା… ଉପକୂଳରେ ମେଘୁଆ ପାଗ ସହ ଜାରି ରହିଛି ବର୍ଷା… ଆଜି ବି ଭିଜିବ ଓଡ଼ିଶାର କିଛି ଅଞ୍ଚଳ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories