www.samajalive.in
Sunday, December 14, 2025
15.1 C
Bhubaneswar

ଗ୍ରାମ ସମୃଦ୍ଧି ଓ ସ୍ବଚ୍ଛତା ପକ୍ଷ ପାଳନ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭା, ଗ୍ରାମ ସମୃଦ୍ଧି, ସ୍ବଚ୍ଛତା ପକ୍ଷ ଓ ଗାନ୍ଧୀ ଜୟନ୍ତୀ ବଲସକୁମ୍ପା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଅମ୍ବିକା କହଁର, କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମଚରଣ ମହାନ୍ତି, ଗ୍ରାମ ରୋଜଗାର ସେବକ ରିତାରାଣୀ ନାୟକ, ନାଏବ ସରପଞ୍ଚ ବିଳାସିନୀ ସାହାଣୀ, ହଲ୍ଟି କଳଚରର୍ ଆରତୀ ପ୍ରଧାନ, ବିପିଏମ ସନାତନ ମଲ୍ଲିକ, ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ଗ୍ରାମସାଥୀ ପ୍ରଭାତ କହଁର, ପ୍ରଫୁଲ୍ଲ ବେହେରା,ବିଶ୍ବାମିତ୍ର ପ୍ରଧାନ, ରାଜକିଶୋର ବେହେରା, ପରମାନନ୍ଦ ଦେହୁରୀ, ସୂର୍ଯ୍ୟକାନ୍ତ ଦାସ, ଉଦ୍ଧବ ବିଷୋୟୀ, ପଙ୍କଜ ମହାନନ୍ଦ ପ୍ରମୁଖଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର,ଏବଂ ସ୍ବୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମେ ସରପଞ୍ଚ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମହାତ୍ମା ଗାନ୍ଧୀଙ୍କ ଚିର ସ୍ମରଣୀୟ ସ୍ମୃତିକୁ ମନେପକାଇ ତାଙ୍କର ଜୀବନ କାର୍ଯ୍ୟଶୈଳୀ ଉପରେ ଅଭିଭାଷଣ ରଖିଥିଲେ। ପଲ୍ଲୀ ସଭା ମାଧ୍ୟମରେ ପ୍ରତି ୱାର୍ଡରୁ ଆସି ଥିବା ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସେଥି ମଧ୍ୟରୁ ପ୍ରମୁଖ ସମସ୍ୟା ଗୁଡ଼ିକ ଯଥା ଶୀଘ୍ର ସମାଧାନ କରାଯିବା ନିମନ୍ତେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ କିପରି ଭାବେ ସ୍ବାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ସମୃଦ୍ଧି ଓ ସୁଦୃଢ ହେବ ସେ ଉପରେ ଶ୍ରୀ ମଲ୍ଲିକ ବକ୍ତବ୍ୟ ରଖିଥିଲେ। ବଲସକୁମ୍ପା ପଞ୍ଚାୟତର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ, ଜନଜାତି ହାଟ ପରିସର, ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟ ପରିସର ସମେତ ଗାଁ ଦାଣ୍ଡ ସଫା କରାଯିବା ଉପରେ ଆଲୋଚନା ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories