www.samajalive.in
Tuesday, December 9, 2025
23.1 C
Bhubaneswar

୨ୟ ଟି-୨୦ ଆଜି : ଇତିହାସ ଅପେକ୍ଷାରେ ଭାରତ

ଗୁଆହାଟୀ : ଘରୋଇମାଟି ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଅଭେଦ୍ୟ ଦୁର୍ଗ। ହେଲେ ଦକ୍ଷିଣ ଆଫ୍ରିକା ହେଉଛି ଏକମାତ୍ର ଦଳ; ଯାହା ବିପକ୍ଷରେ ଘରୋଇମାଟିରେ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିନାହିଁ। ଏହି ଐତିହାସିକ ବିଜୟ ହାସଲ ପାଇଁ ରୋହିତ ଶର୍ମାଙ୍କ ଦଳ ମାତ୍ର ଗୋଟିଏ ବିଜୟ ଦୂରରେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସହଜ ବିଜୟ ପରେ ଭାରତ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ରବିବାର ଏଠାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଇତିହାସ ରଚିବା ଲକ୍ଷ୍ୟରେ ଭାରତ ରହିଛି। ଯଶପ୍ରୀତ ବୁମ୍‌ରା ଅପ୍ରତ୍ୟାଶିତ ଭାବେ ଆହତହେବା ଭାରତୀୟ ଦଳକୁ ଝଟ୍‌କା ଦେଇଛି ନିଶ୍ଚୟ। ହେଲେ ଟ୍ବେଣ୍ଟି୨୦ ବିଶ୍ବକପ୍‌ କଥା ନ ଭାବି ରବିବାରର ମ୍ୟାଚ୍‌ ଉପରେ ଭାରତର ନଜର ରହିବ। ଏହି ମ୍ୟାଚ୍‌ ଜିତି ବିଶ୍ବର ୨ ଶ୍ରେଷ୍ଠ ଟ୍ବେଣ୍ଟି୨୦ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଶୃଙ୍ଖଳା ଜିତି ଦୃଢ଼ ମନୋବଳ ହାସଲ କରିବା ଭାରତ। ଅନ୍ୟପକ୍ଷରେ ଭାରତମାଟିରେ ପ୍ରଥମ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିବାରୁ ବର୍ତ୍ତିବା ସହ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ରବିବାର ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ପଡ଼ିବ।
ବିସିସିଆଇ ଅଦ୍ୟାବଧି ଔପଚାରିକ ଭାବେ ଘୋଷଣା କରିନଥିଲେ ମଧ୍ୟ ଯଶପ୍ରୀତ୍‌ ବୁମ୍‌ରାଙ୍କ ​‌େ‌ଟ୍ବଣ୍ଟି୨୦ ଶୃଙ୍ଖଳା ଖେଳିବା ସମ୍ଭାବନା ନାହିଁ କହିଲେ ଚଳେ। ବଦଳ ଖେଳାଳି ଭାବେ ଚଳିତ ଶୃଙ୍ଖଳାରେ ଦୁଇ ପେସ୍ ବୋଲର ଉମେଶ ଯାଦବ ଓ ମହମ୍ମଦ ସିରାଜ୍ ସାମିଲ ହୋଇଛନ୍ତି। ତେଣୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତା ୨ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିବା ସହ ବୁମ୍‌ରାଙ୍କ ବଦଳ ପେସ୍‌ ବୋଲର ଖୋଜିବାର ମଧ୍ୟ ପ୍ରୟାସ କରିବ। ବୁମ୍‌ରାଙ୍କ ସମ୍ଭାବ୍ୟ ବଦଳ ଖେଳାଳି ଭାବେ ଗଣନା କରା ଯାଉଥିବା ଅଭିଜ୍ଞ ମହମ୍ମଦ ସାମି କରୋନା ସଂକ୍ରମିତ ହୋଇ ଅଷ୍ଟ୍ରେଲିଆ ଓ ଚଳିତ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେଣୁ ବିଶ୍ବକପ୍‌ ପୂର୍ବରୁ ସାମିଙ୍କ ବୋଲିଂକୁ ପରଖିବାର ସୁଯୋଗ ମଧ୍ୟ ଭାରତ ପାଖରେ ନାହିଁ। ତେବେ ଭାରତ ପାଇଁ ଖୁସିର କଥା ଯେ ଦୁଇ ଯୁବ ପେସ୍ ବୋଲର ଦୀପକ ଚହର ଓ ଅର୍ଶଦୀପ ସିଂହ ପ୍ରଥମ ଟି୨୦ରେ ଚମତ୍କାର ବୋଲିଂକରି ଆରମ୍ଭରୁ ମାତ୍ର ୯ ରନ୍‌ଦେଇ ୫ଟି ୱିକେଟ ଭାଗ କରିଥିଲେ। ଭୁବନେଶ୍ବର କୁମାର ଦଳ​‌େ​‌ର ଥିଲେ ହେଁ ସେ ଭଲ ଫର୍ମରେ ନାହାନ୍ତି। ଆହତ ରବୀନ୍ଦ୍ର ଜାଡ଼େଜା ଦଳରୁ ବାଦ୍‌ପଡ଼ିବା ପରେ ତାଙ୍କ ବଦଳ ଖେଳାଳି ଅକ୍ଷର ପଟେଲ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଷର ସର୍ବାଧିକ ୮ଟି ୱିକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲଙ୍କ ପରି ସ୍ପିନର ଥିବାରୁ ଏହି ବିଭାଗରେ ଭାରତକୁ ଚିନ୍ତା କରିବାର ନାହିଁ। ବ୍ୟାଟିଂରେ ଭାରତକୁ ଚିନ୍ତା କରିବାର ନାହିଁ। ସୂର୍ଯ୍ୟକୁମାରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳକୁ ଆତ୍ମବିଶ୍ବାସ ଦେଇଛି। ବିରାଟ କୋହଲି ଫର୍ମକୁ ଫେରିଛନ୍ତି। ଋଷଭ ପନ୍ତ୍, ଦିନେଶ କାର୍ତ୍ତିକ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ସେପରି ଅଧିକ ସୁଯୋଗ ମିଳିନାହିଁ। ଅପରିବର୍ତ୍ତିତ ଏକାଦଶ ଭାରତ ଖେଳାଇପାରେ। ତେବେ ଋଷଭ ପନ୍ତ୍‌ଙ୍କୁ ଏହା ଉପର ଅର୍ଡରରେ ଖେଳାଇପାରେ। ଦକ୍ଷିଣ ଆଫ୍ରିକା ଆନ୍‌ରିଚ୍‌ ନୋର୍ଖିୟାଙ୍କ ସ୍ଥାନରେ ପେସର୍ ଲୁଙ୍ଗି ଏନ୍‌ଗିଡିଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହୋଇଥିଲା। ଜଣେ ମଧ୍ୟ ବ୍ୟାଟ୍‌ସମ୍ୟାନ୍ ପ୍ରଥମ ମ୍ୟାଚ୍‌ରେ ସଫଳ ହୋଇନଥିଲେ। ସମସ୍ତେ ଭାରତୀୟ ପେସ୍ ବୋଲରଙ୍କ ସ୍ବିଙ୍ଗ୍‌ ନିକଟରେ ପରାସ୍ତ ହୋଇଥିଲେ। ଯଦି ଦଳର ମଧ୍ୟକ୍ରମ ପ୍ରଥମ ୧୦ ଓଭରରେ ଭଲ ବ୍ୟାଟିଂକରେ; ତେବେ ଡେଭିଡ୍‌ ମିଲର ଓ ଟ୍ରିଷ୍ଟାନ୍ ଷ୍ଟବ୍‌ସଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂକରି ଦଳକୁ ବଡ଼ ସ୍କୋର୍‌ରେ ପହଞ୍ଚାଇ ପାରିବେ। ଏହା ସତ ଯେ ତିରୁୱନନ୍ତପୁରମ୍ ପରି ଗୁଆହାଟୀ ଅଧିକ ପିଚ୍‌ରେ ଘାସ ନାହିଁ। ତଥାପି ଉଭୟ ଦଳ ଟସ୍‌ ଜିତି ଫିଲ୍‌ଡିଂ ନେବାକୁ ଚାହିଁବେ। ସନ୍ଧ୍ୟା​‌େ​‌ର ବର୍ଷାର ଆଶଙ୍କା ମଧ୍ୟ ରହିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories