www.samajalive.in
Tuesday, December 9, 2025
26.1 C
Bhubaneswar

୪୨.୫୧% ଡାକ୍ତର ପଦ ଖାଲି

ଭୁବନେଶ୍ବର : ଡାକ୍ତର ତିଆରିରେ ପଡୋଶୀ ରାଜ୍ୟଗୁଡିକ ଢେର ଆଗରେ ଥିବାବେଳେ ଓଡ଼ିଶା ଏକ୍ଷେତ୍ରରେ ପଛରେ ପଡିଛି। ଅନ୍ୟ ରାଜ୍ୟରେ ଭେଷଜ ମହାବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବାରୁ ଅଧିକ ପିଲା ଡାକ୍ତରୀ ଶିକ୍ଷା ପାଉଛନ୍ତି। ଏମ୍‌ବିବିଏସ ସିଟ୍ ଦେଖିଲେ ଓଡ଼ିଶା ବହୁ ପଛରେ, ତଥାପି ୨୦ବର୍ଷ ତଳେ ୩୦୦ ସିଟ ଥିବାବେଳେ ଶିକ୍ଷାବର୍ଷ ୨୦୨୨-୨୩ରେ ୧୪୫୦ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇବାକୁ ଯାଉଛନ୍ତି। ହେଲେ ରାଜ୍ୟରେ ଯେଉଁଭଳି ଭାବେ ଭେଷଜ ମହାବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବା କଥା, ତାହା ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ଫଳସ୍ବରୂପ ପଡୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଡାକ୍ତର ତିଆରିରେ ବହୁ ପଛରେ ପଡ଼ିଯାଇଥିବା କୁହାଯାଉଛି।
ଏଭଳି ପରିସ୍ଥିତିରେ ରାଜ୍ୟରେ ୫୭.୪୯ ପ୍ରତିଶତ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟ ଚିକିତ୍ସା। ୪୨.୫୧ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଆଦିବାସୀ ଅଧ୍ୟୁଷିତ ଜିଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନ କଲେ ଆଉ କିଛିଦିନ ପରେ ସେଗୁଡ଼ିକରେ ତାଲା ପଡ଼ିବ। ଡାକ୍ତର ଅଭାବ ଯୋଗୁଁ ଖାଲି ପଡିଥିବା ପଦବୀ ପୂରଣ ହୋଇ ପାରୁନାହିଁ। ସ୍ୱାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ରାଜ୍ୟ ପାଇଁ ୮୬୨୪ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ୪୯୫୮ ଡାକ୍ତର କାର୍ଯ୍ୟରତ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ମହାବିଦ୍ୟାଳୟ ଯାଏ ୩୬୬୬ ଡାକ୍ତର ପଦବୀ ଖାଲି ପଡ଼ିଛି। ଯାହା କାର୍ଯ୍ୟରତ ଡାକ୍ତରଙ୍କ ହାର ୫୭.୪୯ ପ୍ରତିଶତ ଏବଂ ଖାଲି ପଡ଼ିଥିବା ଡାକ୍ତର ପଦବୀ ହାର ୪୨.୫୧ ପ୍ରତିଶତ। ସରକାରଙ୍କ ନିଯୁକ୍ତି ଅଭାବ ନା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ପରୀକ୍ଷାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅକୃତକାର୍ଯ୍ୟ ହାର ବୃଦ୍ଧି ଯୋଗୁଁ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶରେ ପ୍ରତି ୧୦୮୦ରେ ଜଣେ ଡାକ୍ତର ଥିବାବେଳେ ଓଡ଼ିଶାରେ ୨୦୦୦ ରୋଗୀରେ ୧ ଡାକ୍ତର ଅଛନ୍ତି। ଯାହାଫଳରେ ଡାକ୍ତରଖାନାଗୁଡିକରେ ପ୍ରତିଦିନ ଲମ୍ବାଧାଡ଼ି ଲାଗୁଛି। ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ତିନୋଟି ଭେଷଜ ମହାବିଦ୍ୟାଳୟ ଥିଲା। କେନ୍ଦ୍ରୀୟ କୋଟାକୁ ମିଶାଇ ସାଢେ ୩ ଶହ ସିଟରେ ନାମଲେଖା ଯାଉଥିଲା। ଶିକ୍ଷାବର୍ଷ ୨୦୨୧-୨୨ରେ ୮ସରକାରୀ ଭେଷଜ ମହାବିଦ୍ୟାଳୟରେ ୧୨୫୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଚଳିତ ବର୍ଷ ସୁନ୍ଦରଗଡ଼ ଓ କେନ୍ଦୁଝର ଭେଷଜ ମହାବିଦ୍ୟାଳୟରେ ୧୦୦ ଲେଖାଏଁ ସିଟରେ ନାମଲେଖାଯିବ। ଏବର୍ଷ ୧୦ ସରକାରୀ ଭେଷଜ ମହାବିଦ୍ୟାଳୟର ୧୪୫୦ ସିଟ୍‌‌ରେ ଛାତ୍ରଛାତ୍ରୀ ଶିକ୍ଷା ପାଇବେ। ରାଜ୍ୟର ୪ଟି ଘରୋଇ ଭେଷଜ ମହାବିଦ୍ୟାଳୟରେ ୫୫୦ ଛାତ୍ରଛାତ୍ରୀ ପଢୁଛନ୍ତି। ସରକାରୀ ଏବଂ ଘରୋଇ ଭେଷଜ ମହାବିଦ୍ୟାଳୟକୁ ଦେଖିଲେ ୨ ହଜାର ଏମ୍‌ବିବିଏସ ସିଟ୍‌ ଛୁଇଁଲାଣି। ତଥାପି ପଡୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆବଶ୍ୟକ ଡାକ୍ତର ତିଆରି କରିବାରେ ସଫଳ ହୋଇପାରି ନାହିଁ।
ତାମିଲନାଡୁରେ ମୋଟ ୭୦ ମେଡିକାଲ କଲେଜ ଥିବାବେଳେ ୧୦ ହଜାର ୭୨୫ ସିଟ ଉପଲବ୍ଧ। ଏଥିରୁ ୩୮ ସରକାରୀ ଏବଂ ୩୨ ବେସରକାରୀ ମେଡିକାଲ କଲେଜ ରହିଛି। ଆନ୍ଧ୍ରପ୍ରଦେଶରେ ୩୧ ମେଡିକାଲ କଲେଜରୁ ୫ ହଜାର ୩୩୫ ଡାକ୍ତର ବାହାରୁଛନ୍ତି। ପଶ୍ଚିମବଙ୍ଗରେ ୩୭ ମେଡିକାଲ କଲେଜରୁ ବର୍ଷକୁ ୪ ହଜାର ୨୨୫ ଡାକ୍ତର ତିଆରି ହେଉଛନ୍ତି। ତେଲଙ୍ଗାନାରେ ୩୪ ମେଡିକାଲ କଲେଜରେ
୫ ହଜାର ୫୦ ସିଟ୍‌ ଥିବାବେଳେ ରାଜସ୍ଥାନରେ ୪ ହଜାର ୫, ମଧ୍ୟପ୍ରଦେଶରେ ୪ ହଜାର ୮୦, କେରଳରେ ୪ ହଜାର ୨୫୫, ଗୁଜରାଟରେ ୫ ହଜାର ୭ଶହ, ଉତ୍ତରପ୍ରଦେଶରେ ୯ ହଜାର ୫୩, କର୍ଣ୍ଣାଟକରେ ୧୦ ହଜାର ୧୪୫ସିଟ ଏବଂ ମହାରାଷ୍ଟ୍ର ସରକାର ବର୍ଷକୁ ୯ହଜାର ୮୯୫ଜଣ ଡାକ୍ତର ତିଆରି କରୁଛନ୍ତି। ପଡୋଶୀ ରାଜ୍ୟଗୁଡିକରେ ୨୫ରୁ ଊର୍ଦ୍ଧ୍ବ ମେଡିକାଲ କଲେଜ ଖୋଲିଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ କାହିଁକି ପଛରେ ପଡ଼ିଛି। ଦେଶରେ ୩୨୨ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ଏଥିରେ ୪୮ ହଜାର ୧୨ ସିଟ ଉପଲବ୍ଧ। ୨୯୦ ବେସରକାରୀ ମେଡିକାଲ କଲେଜରେ ୪୩ ହଜାର ୯୧୫ ସିଟ ରହିଛି। ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜରେ ମୋଟ ୯୧ ହଜାର ୯୨୭ସିଟରେ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷାଦାନ ପାଉଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories