www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଶ୍ରେଷ୍ଠ ଭୁବନେଶ୍ୱର ମହାନଗର ନିଗମ, ରାଜଧାନୀବାସୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମସି)କୁ ମିଳିଛି ସବୁଠୁ ବଡ଼ ସଫଳତା। ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବିଏମସି। ସିଟିଜେନ ଫିଡ଼ବେକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଭୁବନେଶ୍ବର ମହାନଗର ନିଗମ। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଭୁବନେଶ୍ୱର ମହାନଗର ନିଗମ ଶ୍ରେଷ୍ଠ ପୁରସ୍କାର ପାଇବା ପରେ ରାଜଧାନବାସୀଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଛନ୍ତି ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ।
ଭୁବନେଶ୍ୱର ମହାନଗର ନିଗମ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ନିମନ୍ତେ ବିଗତ ଦିନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ସହରକୁ ସବୁଜ ଏବଂ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ ଜାରି ରହିଛି। ଆବର୍ଜନା ମୁକ୍ତ ଠାରୁ ଗମନା ଗମନ ନିମନ୍ତେ ମୋ ବସ୍ ସେବା ପର୍ୟ୍ୟନ୍ତ, ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ଆଜି ବିଏମସି ପାଇଁ ସଫଳତା ଆଣି ଦେଇଛି।

ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ,ବସ୍ତି ବିକାଶ,ବିପର୍ୟ୍ୟୟ ପରିଚାଳନା, ନାଗରିକ ସେବା, ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା, ଦକ୍ଷ ସହରୀ ଯୋଜନା ଏବଂ ବିକାଶ, ଜଳ ଯୋଗାଣ ସେବା, ସିଟି ବସ୍ ସେବା, ଅନଲାଇନ୍ ସେବା, ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି। ସର୍ବଦା ଲୋକଙ୍କ ପାଇଁ ବିଏମସି କାର୍ଯ୍ୟ କରିଆସୁଛି। ଏଥି ସହିତ ବିଏମ୍‌ସି ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ଜନଶୁଣାଣି କରୁଛି। ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଅଭିଯୋଗ ଶୁଣାଣୀ ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯାଉଛି ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେଉଛନ୍ତି। ଏଭଳି ଜନହିତକର କାର୍ଯ୍ୟ ପାଇଁ ବିଏମସିକୁ ଆଜି ଦେଶରେ ଶ୍ରେଷ୍ଠ ସ୍ଥାନ ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories