www.samajalive.in
Sunday, December 14, 2025
26.1 C
Bhubaneswar

ବେଆଇନ୍‍ ପାର୍କିଂ ପ୍ରତିବାଦରେ ଥାନା ସମ୍ମୁଖରେ ଗଣଧାରଣା

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକ ଅଞ୍ଚଳରେ ବେଆଇନ୍‍ ଭାରିଯାନ ପାର୍କିଂକୁ ବିରୋଧ ତଥା ପାର୍କିଂ ବନ୍ଦ ଦାବୀ ନେଇ ଆଜି ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଏବଂ ସମିତି ସଭ୍ୟା ଅନିତା ସିଂହଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ମହିଲା ଏବଂ ପୁରୁଷ ଠେଲକୋଲୋଇ ଥାନା ସମ୍ମୁଖରେ ଗଣଧାରଣା ଦେଇଥିଲେ। ରେଙ୍ଗାଲି ତହସିଲଦାର ବର୍ସିଅସ୍‍ ଡୁଙ୍ଗଡୁଙ୍ଗ ଘଟଣା ସ୍ଥଳକୁ ପହଞ୍ଚି ଆଇଆଇସି ବିଧୁଭୂଷଣ ମିଶ୍ରଙ୍କ ସହିତ ଆନ୍ଦୋଳନକାରିମାନଙ୍କ ସହିତ ଆଲୋଚନା ଏବଂ ବୁଝାସୁଝା କରି ସମସ୍ୟାର ସମଧାନ ପାଇଁ ପ୍ରତିଶ୍ରୁତି ଦେଲା ପରେ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା ୨ଟା୩୦ ମିନିଟ୍‍ ସମୟରେ ପ୍ରତ୍ୟାହୃତ ହୋଇଥିଲା। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖିଣ୍ଡା ଛକ ଅଞ୍ଚଳରେ ପୁଳିସ ମୁତୟନ ରହି ଛକ ଅଞ୍ଚଳରେ ଯେପରି ଗାର୍ଡି ପାର୍କିଂ ହେବ ନାହିଁ ସେଦିଗରେ ପଦକ୍ଷେପ ନେବେ। ପାର୍କିଂ ସମସ୍ୟା ର ସ୍ଥାୟୀ ସମଧାନ ପାଇଁ ଆସନ୍ତା ୬ ତାରିଖ ଦିନ ସଦର ଏସ୍‍.ଡି.ପି..ରେଙ୍ଗାଲି ତହସିଲଦାର, ଖିଣ୍ଡା ସରପଞ୍ଚ,ସମିତି ସଭ୍ୟ, ଗ୍ରାମବାସୀ ଏବଂ ଏନ୍‍.ଏଲ୍‍.ସି ଅଧିକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ଆଲୋଚନା ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ବାବୁଲୁ ରାଉତ, ହିମାଂଶୁ ମଲ୍ଲିକ, ରୁଦ୍ର ପ୍ରଧାନ, ଦୁର୍ଗା ଭୋଇ, ରୋହିତ ରାଉତ, ନିରଞ୍ଜନ ବଢେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories