www.samajalive.in
Saturday, December 13, 2025
26.1 C
Bhubaneswar

ଭାଇ ମରିବାର ୩ ଦିନ ପରେ ଭଉଣୀର ମୃତ୍ୟୁ

ଜୟପୁର: ଜୟପୁର ଟାଉନ ଥାନା ପାରାବେଡ଼ାରେ ଅଭାବନୀୟ ଘଟଣା। ଭାଇ ମରିବାର ୩ ଦିନ ପରେ ଭଉଣୀର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ୩ ଦିନ ତରେ ସ୍କୁଲ ପଢୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା। ଏହାର ୩ ଦିନ ପରେ ଇଞ୍ଜନିୟରିଂ ପଢୁଆ ଭଉଣୀର ମୃତ୍ୟୁ ହୋଇଛି। ସାନ ଭାଇଙ୍କର ଯେଉଁ ସମୟରେ ଓ ଯେଉଁ ସ୍ଥାନରେ ମୃତ୍ୟୁ ହୋଇଥିଲା, ଠିକ୍‌ ସେଇଠି ଏବଂ ସେହି ସମୟରେ ଭଉଣୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘର ଛାତରୁ ଇଞ୍ଜନିୟରିଂ ପଢୁଥିବା ଭଉଣୀର ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଭାଇଭଉଣୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ଜୟପୁର ଟାଉନ ଥାନା ପାରାବେଡ଼ାରେ ଘର ଭଡ଼ା ନେଇ ରହୁଥିବା ଗଦାଧର ନାୟକଙ୍କ ପୁଅ ଶିବାଶିଷ ନାୟକ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ତିନି ଦିନ ତଳେ ସେ ସ୍କୁଲରୁ ପରୀକ୍ଷା ଦେଇ ଘରକୁ ଆସିଥିଲା। ଏହାପରେ ସେ ଘରର ଛାତ ଉପକୁ ଚାଲି ଯାଇଥିଲା। କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା। ଶିବାଶିଷ ନାୟକର ମୃତ୍ୟୁ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଅପରାହ୍ନ ଗୋଟାଏ ଭିତରେ ହୋଇଥିଲା। କେମିତି ମୃତ୍ୟୁ ହେଲା ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories