www.samajalive.in
Friday, December 12, 2025
15.1 C
Bhubaneswar

ମହାନଦୀରେ ଛଡାଗଲା ମାଛ ଯାଆଁଳ

 

ବିନିକା : ମହାନଦୀରେ ମାଛ ଯାଆଁଳ ଛଡାଯାଇଛି । ବିନିକା ମତ୍ସ ବିଭାଗ ପକ୍ଷରୁ ମହାନଦୀରେ ମତ୍ସ ସମ୍ପଦ ବୃଦ୍ଧି ପାଇଁ ମାଛ ଛଡାଯାଇଥିବା ଜଣାଯାଇଛି । ମତ୍ସ୍ୟ ବିଭାଗ ଅଧିକାରୀଙ୍କ ତତ୍ବାବଧାନରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପ୍ରବାହିତ ଚିରସ୍ରୋତା ମହାନଦୀରେ ୪ ଲକ୍ଷ ମତ୍ସ୍ୟ ଯାଆଁଳା ଛଡ଼ା ଯାଇଛି।

- Advertisement -

ବିନିକା ସହର ଉପକଣ୍ଠ ବର୍ତ୍ତୀ ରହିଲା ପାପକ୍ଷୟ ନିକଟ ମହାନଦୀ ଘାଟରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ୟାସଦେବ ବେହେରା ଓ ବିଜ୍ଞାପିତ ପରିଷଦର ଉପ ନଗରପାଳ ତପସ୍ଵିନୀ ମେହେରଙ୍କ ଉପସ୍ଥିତିରେ ମହାନଦୀରେ ୨ ଲକ୍ଷ ମତ୍ସ୍ୟ ଯାଆଁଳା ଛଡ଼ା ଯାଇଛି। ଜାତୀୟ ମତ୍ସ୍ୟ ସମ୍ପଦ ଉନ୍ନୟନ ବୋର୍ଡ ଅଫ ହାଇଦ୍ରାବାଦର ସହଯୋଗରେ ମତ୍ସ୍ୟ ସମ୍ପଦର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟରେ ବିଶେଷ ସହାୟକ ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ହୃଦବୋଧ କରିଛି। ତେବେ ଏସବୁ ଦୃଷ୍ଟିରୁ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରିବା ସହ ମହାନଦୀରେ ମତ୍ସ୍ୟ ଯାଆଁଳା ଛଡ଼ା ଯାଇଛି। ସେହିପରି ବିନିକା ତହସିଲ ଅନ୍ତର୍ଗତ ପ୍ରବାହିତ ସେଲେଡି ମହାନଦୀ ଘାଟରେ ବିଭିନ୍ନ ପ୍ରକାର ଉନ୍ନତ ଧରଣର ପୁଣି ୨ ଲକ୍ଷ ଯାଆଁଳା ଛଡ଼ା ଯାଇଥିବା ନେଇ ବିନିକା ମତ୍ସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ରର ଅଧିକାରୀ ସ୍ନିଗ୍ଧାରାଣୀ କୁଅଁର ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories