www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଅର୍ଥ ହଡପ ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଦେବଗଡ଼: ତିଲେଇବଣି ବ୍ଲକ କେନ୍ଦେଇଜୁରୀ ସ୍ଥିତ ବରଘାଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ୨୦୨୧-୨୨ କୋଭିଡ ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ଟଙ୍କା ହଡପ ହୋଇଥିବା ଜଣାପଡିଛି । ଏ କଥାକୁ ଖୋଦ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇ ସେ ଏହା ପାଳନ ନକରିବାରୁ ତାଙ୍କ ବିରୋଧରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ସମେତ ଗ୍ରାମବାସୀ ଓ ଅଭିଭାବକ ମାନେ ଜିଲାପାଳଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗ୍ରାମବାସୀ ମାନେ ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ଅନୁଯାୟୀ ବରଘାଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିନ୍ନ ଅନିୟମିତତା ଏବଂ ପରିଚାଳନା ଗତ ବିଶୃଙ୍ଖଳାରେ ଲିପ୍ତ ରହିଛନ୍ତି । ସେହିପରି ସେ ଗତ ୨୦୨୧-୨୨ ମସିହା କୋଭିଡ-୧୯ ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ଟଙ୍କାକୁ ବିଦ୍ୟାଳୟର  ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ ନକରି ପ୍ରଧାନ ଶିକ୍ଷକ ନିଜେ ହଡପ କରିଛନ୍ତି । ଏପରିକି ସେ ବିଦ୍ୟାଳୟ ପରିଚାଳନା କମିଟି ସମ୍ମୁଖରେ ଏନେଇ ସ୍ୱିକୃତୀ ନାମାରେ ସ୍ୱୀକାର କରିଛନ୍ତି । ସ୍ୱିକୃତୀନାମା ଅନୁଯାୟୀ ପ୍ରଧାନ ଶିକ୍ଷକ ହଡପ କରିଥିବା ଟଙ୍କାକୁ ସେ ସେପ୍ଟେମ୍ବର ୨୮ ଓ ୨୯ ତାରିଖ ସୁଦ୍ଧା ଅଭିଭାବକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

ଅଥଚ ଧାର୍ଯ୍ୟ ତାରିଖ ସେପ୍ଟେମ୍ବର ୨୮ ଓ ୨୯ ତାରିଖ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ଛାତ୍ରଛାତ୍ରୀ ମାନେ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ହେବାସହ ଗ୍ରାମବାସୀ ତଥା ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଆଜି ସମ୍ପୃକ୍ତ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ଗ୍ରାମବାସୀ ତଥା ଅଭିଭାବକ ମାନେ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିସହ ଏହାର ନକଲ ଜିଲା ଶିକ୍ଷା ଅଧିକାରୀ ଏବଂ ତିଲେଇବଣି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ସେମାନଙ୍କୁ ପ୍ରଦାନ କରିନଥିବା ନେଇ ପ୍ରଧାନ ଶିକ୍ଷକ ସ୍ୱାକ୍ଷର କରିଥିବା ସ୍ୱୀକାର ପତ୍ରର ନକଲ ମଧ୍ୟ  ଏହି ସ୍ମାରକ ପତ୍ରରେ ଗ୍ରାମବାସୀ ସଂଲଗ୍ନ କରିଥିବା ଜଣାପଡିଛି । ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁଞ୍ଜବିହାରୀ ନାୟକ, ଶିବ ଶଙ୍କର ନାୟକ, ଗଣେଶ୍ୱର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ବାସୁଦେବ କିସାନ ଓ ରେବତୀ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories