www.samajalive.in
Sunday, December 14, 2025
26.1 C
Bhubaneswar

ଏସ୍‌ଭି ନିରତାରକୁ ଅନ୍ତର୍ଜାତୀୟ ସଂସ୍ଥାନରେ ପରିଣତ କରାଯିବ : ଧର୍ମେନ୍ଦ୍ର

ଏସ୍‌ଭି ନିର୍‌ତାରକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ପ୍ରଚେଷ୍ଟା କରାଯିବ, ନଡ୍ଡାଙ୍କ ଦ୍ବାରା ପୁନର୍ବାସ ଚିକିତ୍ସାଳୟ ଉଦ୍‌ଘାଟିତ

କଟକ/କଣ୍ଟାପଡ଼ା : କଟକ ଜିଲା ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର)ର ନୂତନ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଚିକିତ୍ସାଳୟ ଭବନ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।
ଏହି ଉଦ୍‌ଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ କରକମଳରେ ଏହି ପୁନର୍ବାସ ଚିକିତ୍ସାଳୟ ଉଦ୍‌ଘାଟନ ହେବା ରାଜ୍ୟ ପାଇଁ ଗୌରବର ବିଷୟ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଏସ୍‌ଭି ନିରତାର ନିରନ୍ତର ଭାବେ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା ପ୍ରଦାନ କରୁଛି। ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରଣାଳୟ ସହ ସମସ୍ତଙ୍କ ଉଦ୍ୟମରେ ଏସଭି ନିରତାରକୁ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ପରିଣତ କରାଯିବ ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ପଦକ୍ଷେପ ନେଉଛି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପଦ୍ଧତିରେ ପାଠପଢ଼ାର ବ୍ୟବସ୍ଥା ସହ ଏକ ସମ୍ମାନଜନକ ଜୀବନ ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିବ୍ୟାଙ୍ଗ ଭାଇ ଭଉଣୀମାନେ କିଭଳି ଆଧୁନିକ ଟେକ୍ନୋଲୋଜିରେ ଯୋଡ଼ି ହେବେ, ସେ ଦିଗରେ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର। ଏହାବ୍ୟତୀତ ଉଦ୍‌ଘାଟିତ ହୋଇଥିବା ଏସ୍‌ଭି ନିରତାରକୁ ବିଭାଗୀୟ ମନ୍ତ୍ରଣାଳୟର ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରଣାଳୟର ନିର୍ଦେଶାବଳୀ ଏବଂ ମାପଦଣ୍ଡ ଅନୁସାରେ ବିଶ୍ୱବିଦ୍ୟାଳୟରେ ପରିଣତ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବୀରେନ୍ଦ୍ର କୁମାର ଏସ୍‌ଭି ନିରତାର ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ପ୍ରଦାନ କରିଥିଲେ। ପରେ ଶ୍ରୀ ନଡ୍ଡାଙ୍କ ଦ୍ୱାରା ସ୍ୱାମୀ ବିବେକାନନ୍ଦଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories