www.samajalive.in
Saturday, December 13, 2025
18.1 C
Bhubaneswar

ରୁଷ୍‌ରେ ମିଶିଲା ୟୁକ୍ରେନର ୪ ସହର

ମସ୍କୋ : ୟୁକ୍ରେନର ୪ଟି ସହର ରୁଷ୍‌ରେ ବିଲୀନ ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ଅନୁଯାୟୀ ୟୁକ୍ରେନର ଡୋନେସ୍କ, ଲୁହାନ୍ସ, ଖେରସୋନ ଓ ଜାପୋରିଝାଝିଆ ଅଞ୍ଚଳ ରୁଷ୍‌ ଭୂଖଣ୍ଡର ଅନ୍ତର୍ଭୁକ୍ତ ହୋଇଛି। ୟୁକ୍ରେନର ଅଞ୍ଚଳକୁ ନିଜ ଦଖଲକୁ ନେବା ପରେ ପୁଟିନ କହିଛନ୍ତି ଯେ ରୁଷ୍‌ ନିଜ ଭୂଖଣ୍ଡର ସୁରକ୍ଷା ନିମନ୍ତେ ପୂର୍ଣ୍ଣ ଶକ୍ତି ସହିତ ଲଢେଇ କରିବ। ଶୁକ୍ରବାର ପୁଟିନଙ୍କ ଏହି ଘୋଷଣା ରୁଷ୍‌-ୟୁକ୍ରେନ ଯୁଦ୍ଧର ଭୟାବହତା ବଢିବାର ସୂଚନା ମିଳିଛି। ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇ ଆସୁଥିବା ପୁଟିନଙ୍କ ନିଷ୍ପତ୍ତିକୁ ନେଇ ବିଶ୍ବବାସୀ ଭୟଭୀତ ହୋଇପଡିଛନ୍ତି। ପୁଟିନ କହିଛନ୍ତି ଯେ ରୁଷ୍‌ ଏହାର ଅଞ୍ଚଳ ଡୋନେସ୍କ, ଲୁହାନ୍ସ, ଖେରସୋନ ଓ ଜାପୋରିଝାଝିଆର ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ସମସ୍ତ ପଦକ୍ଷେପ ନେବ। କାରଣ ଏହିସବୁ ଅଞ୍ଚଳର ଲୋକ ଏବେ ରୁଷ୍‌ର ନାଗରିକ। ତେଣୁ ରୁଷ୍ ନିଜ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଦିଗରେ ସମସ୍ତ ପଦକ୍ଷେପ ନେବ। ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ସମୟରେ ଖାରକିଭ ଅଞ୍ଚଳକୁ ରୁଷ୍ ଦଖଲ ନିମନ୍ତେ ନିଶାଣ କରିଥିଲା। କାରଣ ଏହି ଅଞ୍ଚଳରେ ସର୍ବାଧିକ ରୁଷ୍‌ ଭାଷାଭାଷୀ ଲୋକ ରହୁଥିଲେ। ଏବେ ୟୁକ୍ରେନର ୪ଟି ସହରକୁ ରୁଷ୍ ଦଖଲ କରିଥିବାବେଳେ ଖାରକିଭ୍ ଏଥିରୁ ବାଦ ପଡିଛି। କ୍ରିମିଆକୁ ଦଖଲ କରିବାର ୮ବର୍ଷ ପରେ ରୁଷ୍ ପୁଣି ଥରେ ୟୁକ୍ରେନର ଅଞ୍ଚଳକୁ ଦଖଲ କରିଛି। ଦଖଲ ଅଞ୍ଚଳ ୟୁକ୍ରେନ ମୋଟ ଭୂଖଣ୍ଡର ୧୫%। ୟୁକ୍ରେନର ଅଞ୍ଚଳକୁ ଦଖଲ କରିବା ପରେ ରୁଷ୍ ଯୁଦ୍ଧ ବନ୍ଦ ଲାଗି ୟୁକ୍ରେନକୁ କହିଛି। ଯୁଦ୍ଧ ବନ୍ଦ କରି କଥାବାର୍ତ୍ତା କରିବାକୁ ପରାମର୍ଶ ଦେଇଛି। ତେବେ ରୁଷ୍ ଯେଉଁ ସବୁ ଅଞ୍ଚଳକୁ ଦଖଲ କରିଛି ସେଠାରେ ଗଣଭୋଟ କରାଯିବା ନେଇ ୟୁକ୍ରେନର ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଉଦ୍ଦେଶ୍ୟରେ ମଧ୍ୟ ପୁଟିନ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନୂଆ ଉପନିବେଶ ବ୍ୟବସ୍ଥା ଆପଣାଇବାକୁ ଚେଷ୍ଟା କରୁଛନ୍ତି।
ୟୁକ୍ରେନର ଅଞ୍ଚଳକୁ ରୁଷ୍‌ ଦଖଲ ଘୋଷଣା କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି କଡା ଜବାବ ରଖିଛନ୍ତି। ଜେଲେନସ୍କି କହିଛନ୍ତି ଯେ ସମଗ୍ର ୟୁକ୍ରେନକୁ ଶତ୍ରୁ କବଳରୁ ରକ୍ଷା କରାଯିବ। ଏହି ଶତ୍ରୁ କେବଳ ୟୁକ୍ରେନର ଶତ୍ରୁ ନୁହେଁ। ଏହା ମାନବଜାତି, ଆଇନ ଓ ସତ୍ୟର ଶତ୍ରୁ। ରୁଷ୍ ଏକ ଆତଙ୍କବାଦ ରାଷ୍ଟ୍ର। ଏହା ଏକ ରକ୍ତ ପିପାସୁ। ରୁଷ୍ ଆମର ଶକ୍ତିକୁ ଅନୁଭବ କରିଛି। ଆମେ ଆମ ଶକ୍ତିର ପ୍ରମାଣ ଦେଇଛୁ। ରୁଷ୍ କବଳରୁ ୟୁକ୍ରେନକୁ ମୁକ୍ତ କରିବା ଲାଗି ଜେଲେନସ୍କି ସମସ୍ତଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ ପୁଟିନଙ୍କ ଶାନ୍ତି କଥାବାର୍ତ୍ତା ଉପରେ ଜବାବ ରଖି ଜେଲେନସ୍କି କହିଛନ୍ତି ଯେ ଆମେ ଶାନ୍ତି କଥାବାର୍ତ୍ତା କରିବାକୁ
ପ୍ରସ୍ତୁତ ମାତ୍ର ରୁଷ୍‌ର ଅନ୍ୟଜଣେ ରାଷ୍ଟ୍ରପତିଙ୍କ ସହିତ ଏହି କଥାବାର୍ତ୍ତା ହେବ। ଜାପୋରିଝାଝିଆ ଅଞ୍ଚଳ ଉପ​‌େ​‌ର ଶୁକ୍ରବାର ରୁଷ୍ ଆକ୍ରମଣ କରିଛି। ଏଥିରେ ୨୫ଜଣଙ୍କର ମୃତ୍ୟୁ ହେବା ସହ ୫୦ଜଣ ଆହତ ହୋଇଛନ୍ତି।
ପୁଟିନଙ୍କ ଏପରି ଘୋଷଣା ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରତିକ୍ରିୟା ରଖିଛନ୍ତି। ବାଇଡେନ କହିଛନ୍ତି ଯେ ଆମେରିକା କେବେହେଲେ ରୁଷ୍‌ର ଘୋଷଣାକୁ ଗ୍ରହଣ କରିବ ନାହିଁ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ରୁଷ୍‌ର ଘୋଷଣାକୁ ଅଗ୍ରାହ୍ୟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories