www.samajalive.in
Saturday, December 13, 2025
26.1 C
Bhubaneswar

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ : ଆଶାଙ୍କୁ ଦାଦା ସାହେବ ଫାଲ୍‌କେ

ଅଜୟ ଦେବଗନ ଓ ସୂର୍‌ୟା ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଏଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅଜୟ ଦେବଗନଙ୍କୁ ଚଳଚ୍ଚିତ୍ର ‘ତନହାଜି ଦ ଅନସଙ୍ଗ ୱାରିୟର’ ଓ ଦକ୍ଷିଣ ଭାରତୀୟ ଅଭିନେତା ସୂର୍‌ୟା ଚଳଚ୍ଚିତ୍ର ‘ସୂରାରାଇ ପୋଟ୍ଟ୍ରୁ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଅପର୍ଣ୍ଣା ବାଲମୂରାଲୀଙ୍କୁ ଚଳଚ୍ଚିତ୍ର ‘ସୁରାରାଇ ପୋଟ୍ଟ୍ରୁ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ସେହିପରି ‘ତୁଲସୀଦାସ ଜୁନିୟର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସଚ୍ଚିଦାନନ୍ଦନ କେଆର ଶ୍ରେଷ୍ଠ ନିର୍ଦେଶକ, ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲୀ ଶ୍ରେଷ୍ଠ ସହ ଅଭିନେତ୍ରୀ, ଶ୍ରେଷ୍ଠ ଫିଚର ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’, ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ‘ତନହାଜି ଦ ଅନସଙ୍ଗ ୱାରିୟର’, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ରାହୁଲ ଦେଶ ପାଣ୍ଡେ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ନାନଚାମ୍ମା। ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ, ସଚିବ ଅପୂର୍ବ ଚନ୍ଦ୍ର, ପୁରସ୍କାର ବିଚାରକ ମଣ୍ଡଳୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories