www.samajalive.in
Wednesday, December 10, 2025
18.1 C
Bhubaneswar

ବୃଦ୍ଧି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା

ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା ବୃଦ୍ଧି କରାଯାଇଛି । ଏଣିକି ଅକ୍ଟୋବର ୩୧ ଯାଏଁ କରିହେବ ସ୍ଲଟ୍ ବୁକିଂ । ଅବଧି ବୃଦ୍ଧି ନେଇ ରାଜ୍ୟ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ,  ଏହାର ସମୟସୀମା ଅକ୍ଟୋବର ୩୧ ଯାଏଁ ଥିବା କୁହାଯାଇଛି । ୧, ୨, ୩, ଓ ୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ଯାଏ ରହିବ । ସେହିପରି ୫ ଓ ୬ ଅଙ୍କ ପାଇଁ ସମୟସୀମା ନଭେମ୍ବର ୩୦ ଯାଏ ରହିଛି । ଖାଲିସେତିକି ନୁହେଁ ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ଥିବା କୁହାଯାଇଛି । ଶେଷରେ ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁୟାରୀ ୩୧ ତାରିଖ ଡେଡଲାଇନ୍‌ ରଖାଯାଇଛି ।

ସୂଚନା ଥାଉକି, ୧,୨,୩,୪ରେ ଶେଷ ହେଉଥିବା ନମ୍ବର ପାଇଁ ଆଜି ଥିଲା ଅନ୍ତିମ ତାରିଖ । ଗାଡ଼ି ମାଲିକ ମାନେ ଆଜି ଶେଷଥର ପାଇଁ ସ୍ଲଟ୍ ବୁକିଂ କରିଥାଆନ୍ତେ । ହେଲେ ହାଇକୋର୍ଟରେ ଏନେଇ ମାମଲା ହେବା ପରେ ପରିବହନ ବିଭାଗକୁ ଅଦାଲାତ ପ୍ରଶ୍ନ ପଚାରିବା ସହ ରାଜ୍ୟ ସରକାରଙ୍କୁ ଏହାର କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ସରକାରଙ୍କ ପକ୍ଷରୁ ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍ ଓ ଜନସେବା କେନ୍ଦ୍ରକୁ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତାହା ସହ ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ଶୁଣାଣି ପୁଣି ହାଇକୋର୍ଟ କରିବେ ବୋଲି କୁହାଯାଇଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories