www.samajalive.in
Saturday, December 13, 2025
26.1 C
Bhubaneswar

ରାସରସିକପୁର ନିତାଇ ଗୌର ମନ୍ଦିରରରୁ ଚୋରି, ଜଣେ ଅଟକ

ଆଠଗଡ : ରାସରସିକପୁରସ୍ଥିତ ବହୁପ୍ରାଚୀନ ନିତାଇ ଗୌର ମନ୍ଦିର ଓ ରୋଷଘରୁ ଦୁଇ ଦିନରେ ଦୁଇ ଥର ଚୋରି ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତିରେ କେହି ଦୁର୍ବୁତ୍ତ ମନ୍ଦିରର ରୋଷଶାଳା କବାଟ ଭାଙ୍ଗି ସମସ୍ତ ପିତ୍ତଳ ବାସନ ଚୋରି କରିନେଇଥିଲା। ଏ ସଂପର୍କରେ ବୁଧବାର ସକାଳେ ଆଠଗଡ ଥାନାରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁନର୍ବାର ବୁଧବାର ରାତିରେ ଦୁଇଜଣ ଦୁର୍ବୁତ୍ତ ମୁଖ୍ୟ ମନ୍ଦିର କବାଟ ଭାଙ୍ଗି ୧୦ଟି ପିତ୍ତଳ ମୂର୍ତ୍ତି, ୩ଟି ରୂପା ମୁକୁଟ, ୨ଟି ଲମ୍ବା ରୂପାହାର, ରୂପା କଠୋଉ ଦୁଇଟି ଓ ଏକାଧିକ ପିତ୍ତଳ ଥାଳି, ଘଣ୍ଟଘଣ୍ଟା ଆଦି ଚୋରି କରିଥିବା ଦେଖାଯାଇଥିଲା। ଏ ସଂପର୍କରେ ପୁଣି ଏକ ଏତଲା ଦେବା ପରେ ଆଠଗଡ ପୁଲିସ କଟକରୁ ସନ୍ଧାନି କୁକୁର ମଗାଇ ତଦନ୍ତ କରିଥିଲେ। ତତ୍‍ସହିତ ସମ୍ମୁଖରେ ରହୁଥିବା ଡାକ୍ତରଙ୍କ ଘରର ସିସିଟିଭି କ୍ୟାମେରାରୁ ଫୁଟେଜ୍‍ ଦେଖି ମନ୍ଦିର ନିକଟରେ ରହୁଥିବା ଟୁକୁନା ବେହେରା ନାମକ ଜଣେ ଯୁବକ ଓ ଅନ୍ୟଜଣେ ସହଯୋଗୀ ମନ୍ଦିର ପାଚେରୀ ଡେଇଁ ଭିତରକୁ ଯିବା-ଆସିବା କରିବା ଦେଖାଯାଇଥିଲା। ପୁଲିସ ସଂପୃକ୍ତ ଅଭିଯୁକ୍ତ ଟୁକୁନାକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତାଠାରୁ ସମସ୍ତ ତଥ୍ୟ ସଂଗ୍ରହ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାରେ ଉପସ୍ଥିତ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories