www.samajalive.in
Sunday, December 14, 2025
26.1 C
Bhubaneswar

ଗାନ୍ଧିଜୀଙ୍କ ବିଚାରଧାରା ସାଂପ୍ରତିକ ସମାଜ ପାଇଁ ଅପରିହାର୍ଯ୍ୟ

ଗୁରୁଡିଝାଟିଆ : ଜାତିର ଜନକ ସତ୍ୟ, ନ୍ୟାୟ ଓ ଅହିଂସାର ପୂଜାରୀ ଗାନ୍ଧୀଜୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଏବଂ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅହିଂସା ରଥକୁ ଗୁରୁଡିଝାଟିଆ ଅଞ୍ଚଳରେ ହଜାର ହଜାର ଆବାଳ ବୃଦ୍ଧ ବନିତା ଭବ୍ୟ ସ୍ୱାଗତ କରିଥିଲେ । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଇକରାପୁର ନିକଟରେ ଅହିଂସା ରଥକୁ ସବୁଜ ପତାକା ଦେଖାଇ ଆଠଗଡ ନିର୍ବାଚନ ମଣ୍ଡଳୀକୁ ସ୍ୱାଗତ କରିବା ସହ ଗାନ୍ଧୀଜୀଙ୍କ ବିଚାରାଧାରା ସାଂପ୍ରତିକ ସମାଜ ପାଇଁ ଅପରିହାର୍ଯ୍ୟ। ସମତାଭିତ୍ତିକ ସମାଜ ଗଠନ ଦିଗରେ ଗାନ୍ଧିଜୀଙ୍କ ପ୍ରତ୍ୟେକଟି କାର୍ଯ୍ୟ, ଚିନ୍ତାଧାରା, ଏବେବି ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି କହିବା ସହ ହଜାର ହଜାର ଆବାଳ ବୃଦ୍ଧ ବନିତା ରଥକୁ ସ୍ୱାଗତ କରିବା ମନଭିତରେ ଦେଶଭକ୍ତି ଓ ସମାଜ ଗଠନର ନିଦର୍ଶନ ବାରି ହୋଇପଡୁଛି ବୋଲି କହିଥିଲେ। ଅହିଂସା ରଥକୁ ମଞ୍ଚେଶ୍ୱର, ବିଦ୍ୟାଧରପୁର, କଖଡି ହାଇସ୍କୁଲ ଛକ, ଘଣ୍ଟିଖାଲ, ମହାକାଳବସ୍ତ, ମାଧବପୁର ସ୍ଥିତ ଗୋପବନ୍ଧୁ ସେବୀକା ମହାବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ବିଦ୍ୟାର୍ଥୀ, ଅଧ୍ୟାପକ, ଅଧ୍ୟାପିକା ଓ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ଓଡିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ ଭବ୍ୟ ସ୍ୱାଗତ କରିଥିଲେ । ବିଭିନ୍ନ ଅନୁଷ୍ଠାନର ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ ,ମିଶନ ଶକ୍ତିର ସଦସ୍ୟା, ଯୁବକ ସଂଗଠନ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍ୱାଗତ ପ୍ରଦାନ କରାଯାଇଥିଲା। ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ , ତହସିଲଦାର ପ୍ରିୟବ୍ରତ ଦାସ, ଆଠଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଧବଳେଶ୍ୱରଙ୍କ ବରିଷ୍ଠ ପୂଜକ ପ୍ରଫୁଲଚନ୍ଦ୍ର ପତ୍ରୀ, ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ, କୃଷକ ନେତା ନିରାକାର ଲେଙ୍କା, ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଅଶୋକ କୁମାର ଖଟୁଆ, ଶ୍ରମିକ ନେତା ସନ୍ତୋଷ କୁମାର ବେହେରା, ଘଣ୍ଟିଖାଲ ସରପଞ୍ଚ ପ୍ରତିନିଧି ସୁବାସ ବିଶ୍ୱାଳ, ରବିନ୍ଦ୍ର ବରାଳ, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, କଖଡି ସରପଞ୍ଚ କଳ୍ପନା ଛତାର, ପ୍ରଭାତ କୁମାର ଖଟୁଆଙ୍କ ସହିତ ବିଭିନ୍ନ ବର୍ଗର ଜନସାଧାରଣ ରଥକୁ ସ୍ୱାଗତ କରିବା ସହ ବିଦ୍ୟାର୍ଥୀମାନେ ପୁଷ୍ପବୃଷ୍ଟି କରିଥିଲେ। ରାସ୍ତାରେ ରଥ ଆସିବା ବେଳେ ମଞ୍ଚେଶ୍ୱର ଠାରୁ ମାଧବପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ  ଧବଳେଶ୍ୱର ବିଦ୍ୟାପୀଠ, କଖଡି କନିଷ୍ଠ ଓ ଡିଗ୍ରୀ ମହାବିଦ୍ୟାଳୟ, କଖଡି ପ୍ରାଥମିକ ବିଦ୍ୟାଳୟ, କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ, ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମହାକାବସ୍ତ ଉଚ୍ଚ ବିଦ୍ୟାଳୟ ଓ ମାଧବପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧ୍ୟାପିକା, ଅଧ୍ୟାପକମାନେ ରଥକୁ ସ୍ୱାଗତ କରିଥିଲେ। ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ, ଉପନିରୀକ୍ଷକ ସୁନିଲା ଆନନ୍ଦ ଓ ଚୌଦ୍ୱାର ଟିପିଏମ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ରଥକୁ ଶାନ୍ତିଶୃଙ୍ଖଳାର ସହିତ ଜନ ସାଧାରଣଙ୍କ ଦର୍ଶନ ନିମନ୍ତେ କାର୍ଯ୍ୟକରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories